ଆଜି କାଲି ସମସ୍ତଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ସେଖା ଯାଉଛ ତେବେ ଆସନ୍ତୁ ଜାଣବି କେଉଁ ପତ୍ର

0

ଆଜି କାଲି ସମସ୍ତଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ସେଖା ଯାଉଛ ତେବେ ଆସନ୍ତୁ ଜାଣବି କେଉଁ ପତ୍ର ଖାଇବା ଦ୍ୱାରା ହୋଇଥାଏ ଏହି ସମସ୍ୟା ଦୂର । ଭୃସଙ୍ଗ ପତ୍ରରେ ଅନେକ ଜିନିଷରେ ବ୍ୟବହୃତ ହୁଏ । ଭୃସଙ୍ଗ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଟେ ଯାହା ୟୁରିକ୍ ଏସିଡ୍ ବାହାର କରିବାରେ ସାହାଯ୍ୟ କରେ । ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ରକ୍ତରେ ଜମା ହୋଇଥିବା ବର୍ଜ୍ୟ ୟୁରିକ୍ ଏସିଡ୍ ପରିସ୍ରା ମାଧ୍ୟମରେ ବାହାର କରିପାରେ । ଏହା ଆର୍ଥ୍ରାଇଟିସ୍ ଯନ୍ତ୍ରଣାକୁ ହ୍ରାସ କରିଥାଏ ।

ଧନିଆ ପତ୍ରରେ ୟୁରିକ୍ ଏସିଡ୍ ହ୍ରାସ କରିବାର ଶକ୍ତି ରହିଛି । ଧନିଆର ସୁଗନ୍ଧ ଦୂର ଦୂରାନ୍ତରୁ ଲୋକଙ୍କୁ ଆକର୍ଷିତ କରିଥାଏ । ଧନିଆ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ରହିଛି । ଧନିଆ ପତ୍ରରେ କ୍ୟାଲସିୟମ୍, ପୋଟାସିୟମ୍, ଥିଆମିନ୍, ଫସଫରସ୍, ଭିଟାମିନ୍ ସି, ଭିଟାମିନ୍ କେ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ ।
ପୋଦିନା ପତ୍ରରେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ରହିଥାଏ । ଏଥିରେ ପର୍ୟ୍ୟାପ୍ତ ପରିମାଣର ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏ ଓ ଫୋଲେଟ୍ ଥାଏ, ଯାହା ରକ୍ତରୁ ଅଧିକ ୟୁରିକ୍ ଏସିଡ୍ ବାହାର କରିଥାଏ ।

ପାନ ପତ୍ରର ଅନେକ ଗୁଣ ରହିଛି । ଏହି ପତ୍ର କେବଳ ସୁସ୍ୱାଦୁ ଖାଦ୍ୟ ଭାବରେ ଖିଆଯାଏ ନାହିଁ ବରଂ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ପାନ ପତ୍ର ଦ୍ବାରା ୟୁରିକ୍ ଏସିଡ୍ ହ୍ରାସ କରିବାରେ ପାରଙ୍ଗମ ହୋଇଥାଏ । ଯଦି ଗଣ୍ଠି ଯନ୍ତ୍ରଣା କଷ୍ଟଦାୟକ ହୁଏ ତେବେ ପାନ ପତ୍ର ଖାଇପାରିବେ ।
ତେଜ ପତ୍ର କେବଳ ରୋଷେଇ ପାଇଁ ଉପଯୋଗୀ ନୁହେଁ । ତେଜ ପତ୍ରରେ ଅନେକ ଔଷଧୀୟ ଗୁଣରେ ଭରପୂର ଅଟେ । ତେଜ ପତ୍ରଗୁଡ଼ିକ ରକ୍ତରେ ୟୁରିକ୍ ଏସିଡ୍ ପରିମାଣକୁ ନିୟନ୍ତ୍ରଣ କରିଥାଏ ।