ଡିଆଇଜିଙ୍କ ବଦଳିପରେ ତାଙ୍କ ସ୍ଥାନରେ ଆଇଜି ଜୟନାରାୟଣ ପଙ୍କଜଙ୍କୁ ଅତିରିକ୍ତ ଦାୟିତ୍ବ

0

ଭୁବନେଶ୍ୱର: ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଓ ପରେ ମହିଳା ହୋମଗାର୍ଡ ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ ଗତକାଲି ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି । ଅନୁଗୁଳର ମହିଳା ଗୃହରକ୍ଷୀ ସୈରିଦ୍ରୀ ସାହୁଙ୍କୁ ନିର୍ୟାତନା ଘଟଣା ସାମନାକୁ ଆସିବା ପରେ ବ୍ରିଜେଶ ରାୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍ର ଆଇପିଏସ୍ ତଥା ସ୍ବତନ୍ତ୍ର ଟାସ୍କଫୋର୍ସ ଦାୟିତ୍ବରେ ଥିବା ଆଇଜି ଜୟନାରାୟଣ ପଙ୍କଜଙ୍କୁ ଏହି ରେଞ୍ଜର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆଇଜି ଜୟନାରାୟଣ ପଙ୍କଜଙ୍କୁ ଆଇଜି Northern Central Region, ତାଳଚେର ଓ ପୋଲିସ ଟ୍ରେନିଂ କଲେଜର ପ୍ରିନ୍ସିପାଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ମହିଳା ହୋମଗାର୍ଡଙ୍କୁ ନିର୍ୟାତନା ଦେଇଥିବା ଅଭିଯୋଗ ଉପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡିଆଇଜିଙ୍କ ପତ୍ନୀଙ୍କ ନିର୍ୟାତନା ସହି ନପାରି ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଦୁଇଟି ଯାକ ଗୋଡ଼ କଟି ଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଜାତୀୟ ମାନବାଧିକାର କମିଶନରେ ଏତଲା ଦାଏର ହୋଇଛି।
ସେହିପରି ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ମାମଲା ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।