ଗୁରୁଣ୍ଡି ଆଇଆଇସି ବିଦ୍ୟାଙ୍କ ସମ୍ପର୍କୀୟ ହୋଇଥିବାରୁ ସହାୟତା ପାଇଁ ଆସିଥିଲେ: କ୍ରାଇମବ୍ରାଞ୍ଚ

0

ଗଜପତି: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ପ୍ରଥମ ଥର ପାଇଁ ଗୁରୁଣ୍ଡି ଥାନା ଆଇଆଇସି ମମତା ପଣ୍ଡାଙ୍କୁ ଜେରା କରିଛି କ୍ରାଇମ ବ୍ରାଞ୍ଚ । ଦୀର୍ଘ ୪ ଘଣ୍ଟା ଧରି ପାରଳାଖେମୁଣ୍ଡି ଥାନା ପରିସରରେ ମମତା ପଣ୍ଡାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ମମତା ପଣ୍ଡା ଫରେଷ୍ଟ ଗେଟ ନିକଟରେ ଆମ୍ବୁଲାନ୍ସଙ୍କ ଅଟକାଇଥିଲେ । ଏହାକୁ ନେଇ ମମତାଙ୍କ ନାମରେ ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ ।
ମମତା ପଣ୍ଡା ବିଦ୍ୟାଭାରତୀଙ୍କ ଜଣେ ଦୂର ସମ୍ପର୍କୀୟା । ବିଦ୍ୟାଙ୍କ ଡାକରାରେ ସେ ଘଟଣାସ୍ଥଳକୁ ଯାଇଥିଲେ ଓ ମେଡିକାଲରେ ମଧ୍ୟ ଉପସ୍ଥିତ ଥିଲେ । ଏମିତିକି ସୌମ୍ୟଙ୍କ ବାସଭବନରୁ ଘଟଣା ରାତିରେ ପୋଲିସ ନମୁନା ସଂଗ୍ରହ ସମୟରେ ମଧ୍ୟ ସେ ସେଠାରେ ଥିଲେ । ସେ ମାମଲାର ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ଗୁରାଣ୍ଡି ଥାନା ଅଞ୍ଚଳରୁ ପାରଳାଖେମୁଣ୍ଡି ଥାନା ଅଞ୍ଚଳକୁ କାହିଁକି ଆସିଥିଲେ ତାର ଜେରା ପରେ କ୍ରାଇମବ୍ରାଞ୍ଚ ଡିଏସପି ଗଣମାଧ୍ୟମରେ ଉତ୍ତର ରଖିଛନ୍ତି ଯେ, ଏସିଡିପିଓଙ୍କ ନିର୍ଦ୍ଦେଶକ୍ରମେ ସେ ପାରଳାଖେମୁଣ୍ଡି ଆସିଥିଲେ । ବିଦ୍ୟାଭାରତୀଙ୍କ ଦୂର ସମ୍ପର୍କୀୟ ହୋଇଥିବାରୁ ଘଟଣା ଦିନ ଉପସ୍ଥିତ ରହି ସହାୟତା କରିଥିଲେ ବୋଲି କହିଛନ୍ତି ।