ବସ୍ତା / ଅଜିତ ସାହୁ: ତଥ୍ୟ ମାଗିବାରୁ ସାମ୍ବାଦିକଙ୍କୁ ଆଇଆଇସିଙ୍କ ନାଲି ଆଖି । ଖାଲି ନାଲି ଆଖି ନୁହଁ ବରଂ ଡାଏରୀ (ମାମଲା) ରୁଜୁ କରିବାର ଧମକ। ନ୍ୟାୟ ପାଇଁ ବାଲେଶ୍ଵର ଏସ୍ପିଙ୍କ ନିକଟରେ ଦ୍ବାରସ୍ଥ । ଯାହାକୁ ନେଇ ଚର୍ଚ୍ଚାରେ ବସ୍ତା ଆଇଆଇସି ଗୋବିନ୍ଦ ବେହେରା।
ସୂଚନାରୁ ପ୍ରକାଶ କି ଚଳିତ ଦୀପାବଳି ସମୟରେ ବସ୍ତା ଥାନା ଅଧୀନରେ ବାଣ ବ୍ୟବସାୟୀ ପାଇଁ ଲାଇସେନ୍ସ ରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏପରି କି ବସ୍ତା ପୋଲିସ ପ୍ରତି ବାଣ ଷ୍ଟଲ୍ ପିଛା ଦୁଇ ରୁ ତିନି ହଜାର ଲେଖାଏଁ ନେ଼ଇଥିବା ନେଇ କିଛି ବାଣ ବ୍ୟବସାୟୀ ଅଭିଯୋଗ ଉଠାଇଥିଲେ। ଏନେଇ ବାଣ ଦାୟିତ୍ୱରେ ଥିବା ବସ୍ତା ଥାନାର ଜଣେ ମହିଳା ଅଧିକାରିଣୀ ସୁକାନ୍ତି ଲତା ପାତ୍ର ଙ୍କୁ ଏକ ଦୈନିକ ଖବର କାଗଜ ର ପ୍ରତିନିଧି ବସନ୍ତ ଭଦ୍ର ,ବସ୍ତା ଥାନା ଅଂଚଳରେ କେତେଜଣ ବାଣ ବ୍ୟବସାୟୀ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ଏବଂ କେତେ ଜଣଙ୍କୁ ଅନୁମତି ମିଳିଥିଲା, କେତୋଟି ଷ୍ଟଲ୍ ଲାଗିଥିଲା ତାହାର ସବିଶେଷ ତଥ୍ୟ ମୋବାଇଲ ଯୋଗେ ପଚାରିଥିଲେ। ମାତ୍ର ଶ୍ରୀମତି ପାତ୍ର କିଛି ସମୟ ପରେ ବୁଝି କହିବେ ବୋଲି କହିଥିଲେ, ତେବେ ବିଳମ୍ବ ହେବାରୁ ସାମ୍ୱାଦିକ ଶ୍ରୀ ଭଦ୍ର ପୁଣି ଥରେ ଫୋନ୍ କରିବାରୁ ଶ୍ରୀମତି ପାତ୍ର ଫୋନଟିକୁ ବସ୍ତା ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବେହେରାଙ୍କୁ ଧରାଇ ଦେଇଥିଲେ। ପ୍ରତିତ୍ତୋରରେ ତଥ୍ୟ ଆପଣଙ୍କୁ କଣ ପାଇଁ ଦିଆଯିବ, ସବୁ ତଥ୍ୟ ଦିଆଯାଏ ନାହିଁ ବୋଲ ପ୍ରତିକ୍ରିୟା ଦେବା ସହିତ, ଏ ବାବଦରେ ଆପଣଙ୍କ ନାଁରେ ଏକ ମାମଲା ରୁଜୁ (ଡ଼ାଏରୀ ଏଣ୍ଟ୍ରି)କରିଦଉଛି ବୋଲି ଧମକ୍ ଦେଇଥିଲେ । ଏନେଇ ଶ୍ରୀଯୁକ୍ତ ଭଦ୍ର ବାଲେଶ୍ଵର ଏସ୍ପି ରାଜ ପ୍ରସାଦ ଙ୍କୁ ଲିଖିତ ଅବଗତ କରିଛନ୍ତି ।