(କେନ୍ଦୁଝର /ସଞ୍ଜୁ) – ଆଇଆଇସିଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନା ଥାନାରେ ନିଯୁକ୍ତ ନେଇ ମାନବାଅଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି । ଥାନା ଭିତରେ ଜଣେ ଯୁବକଙ୍କୁ ମାଡ ମାରିବା ଘଟଣାକୁ ନେଇ ସନ୍ଧ୍ୟାରାଣୀଙ୍କୁ ୨ ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ୨ବର୍ଷ ଯାଏ କୈାଣସି ଥାନାରେ ନିଯୁକ୍ତ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ନିର୍ଦ୍ଦେଶ ଦେବା ସହ ସନ୍ଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ କମିଶନ କହିଛନ୍ତି । ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେନେଇ ଟ୍ରେନିଂ ନେବେ ।
ସୂଚନାଯୋଗ୍ୟ ଯେ, ମେ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ ଆଇଆଇସି ନିସ୍ତୁକ ମାଡ ସହ ଗୋଇଠା ବି ମାରିଥିଲେ । ଓଓଉଙ୍କ ମାଡ଼ ଭିଡିଓ ଭାଇରାଲ ହେବା ପରେ ସବୁଠି ଚାଞ୍ଚଲ୍ୟକର ସୃଷ୍ଟି ହୋଇଥିଲା ।