ଆଇଆଇଟି ବାବା ଅଭୟ ସିଂଙ୍କୁ ଅଟକ ରଖିଛି ପୋଲିସ…

0

ମହାକୁମ୍ଭରେ ଭାଇରାଲ ହୋଇଥିବା ଚର୍ଚ୍ଚିତ ଆଇଆଇଟି ବାବା ଓରଫ ଅଭୟ ସିଂହ ଜୟପୁର ପୋଲିସ ଅଟକ ରଖିଛି। ଅଭୟ ସିଂ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ । ଆଜି ଶିପ୍ରା ପଥ ପୋଲିସ ଷ୍ଟେସନର ପୋଲିସ ଅଧିକାରୀଙ୍କ ଏକ ଦଳ ଜୟପୁରର ରିଦ୍ଧି ସିଦ୍ଧି ପାର୍କ ନିକଟସ୍ଥ କ୍ଲାସିକ୍ ହୋଟେଲରୁ ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଥିଲା। ପୋଲିସ ବାବାଙ୍କ ଠାରୁ ଗଞ୍ଜେଇ ମଧ୍ୟ ଜବତ କରିଛି ।

ତାଙ୍କ ବିରୋଧରେ ଘଊଚଝ ଆଇନ ଅନୁଯାୟୀ କାଯର୍ୟାନୁଷ୍ଠନ ନିଆଯାଇପାରେ । ଅଭୟ ସିଂହଙ୍କୁ ପୋଲିସ ଅଧିକ ପଚରା ଉଚରା ଜାରୀ ରଖିଛି । ତେବେ କିଛିଦିନ ତଳେ ଆଇଆଇଟି ବାବା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ପୋଲିସ ହୋଟେଲରେ ପହଞ୍ଚିଛି। ମୁଁ ମୋର ଜିନିଷପତ୍ର ପ୍ୟାକ୍ କରିସାରିଛି। ପୋଲିସ ଏଫଆଇଆର ପଞ୍ଜିକରଣ କରୁଛି।

ଭିଡିଓର କ୍ୟାପସନରେ ବାବା ଲେଖିଛନ୍ତି, ଆମକୁ କିଛି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଓକିଲ ଆବଶ୍ୟକ ଯେଉଁମାନେ ମାମଲା ଲଢ଼ିପାରିବେ।