ରାଜଧାନୀ ଫ୍ଲାଇଓଭର ତଳେ ୧୫ ଫୁଟର ଗାତ
ପୁଣି ଧସିଲା ସଡକ। ଅଠର କେଉଁ ଅଧୁସିତ ଗ୍ରାମାଞ୍ଚଳରେ ନୁହେଁ ବରଂ ଖୋଦ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
(ଦିଲ୍ଲୀ) : ପୁଣି ଧସିଲା ସଡକ। ଅଠର କେଉଁ ଅଧୁସିତ ଗ୍ରାମାଞ୍ଚଳରେ ନୁହେଁ ବରଂ ଖୋଦ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଆଜି ( ଶନିବାର) ସକାଳେ ସଡକ ଧସିଯିବା ପରେ ସେଠାରେ ହୋଇଛି ଏକ ବଡ ଧରଣର ଗାତ । ଏହି ଘଟଣା ପରେ ଲୋକଙ୍କୁ ଯିବା ଆସିବାରେ ସମସ୍ୟା ହୋଇଛି।
ସୂଚନାନୂଯାୟୀ , ରାଜଧାନୀ ଦିଲ୍ଲୀରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପାଖରେ ଥିବା ଫ୍ଲାଇଓଭର ତଳେ ଶନିବାର ସକାଳେ ହଠାତ୍ ସଡକ ଧସି ଯାଇଥିଲା। ସଡକରେ ବଡ ଧରଣର ଗାତ ହୋଇଯାଇଥିଲା। ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଗାତରେ ପରିଣତ ହୋଇଥିଲା। ମଝି ସଡକରେ ହୋଇଥିବା ଏହି ଗର୍ତ୍ତର ଗଭୀରତା ୧୫ ଫୁଟ ବୋଲି କୁହାଯାଉଛି। ଏହି ସଖ ଏମ୍ସ ହସ୍ପିଟାଲ ଆଡକୁ ମଧ୍ୟ ଯାଇଥାଏ। ସଂଯୋଗର କଥା ହେଉଛି ଯେତେବେଳେ ସଡକ ଧସି ଥିଲା ସେତେବେଳେ କୌଣସି ବାହାନ ସେ ବାଟ ଦେଇ ଯାଇନଥିଲା। ଯାହାଫଳରେ ବଡ ଧରଣର ଦୁର୍ଘଟଣା ଟଳି ଯାଇଥିଲା।