(ରିପୋର୍ଟସ ଟୁଡ଼େ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାପଳି । ଦୀପାବଳି ହେଉଛି ଏକ ଖୁସି ଏବଂ ଊଲ୍ଲାସର ପର୍ବ । ତେବେ ଏହି ଦୀପାବଳିରେ ବ୍ୟବହୃତ ହେଉଥିବା ସାଜସଜ୍ଜା ସାମଗ୍ରୀ ଠାରୁ ଆରମ୍ଭ କରି ଦୀପାବଳିର ବାଣ ପର୍ଯ୍ୟନ୍ତ ସବୁ ପରିବେଶ ପାଇଁ କ୍ଷେତିକାରକ ସାବ୍ୟସ୍ତ ହୋଇଥାଏ ବୋଲି ଆମେ ଭୁଲି ଯାଇଥାଉ । ତେବେ ଆସନ୍ତୁ ପରିବେଶକୁ କୌଣସି କ୍ଷତି ନ ପହଞ୍ଚାଇ ପାଳିବା କିପରି ପାଳିବା ଇକୋ-ଫ୍ରେଣ୍ଡଲି ଦୀପାବଳୀ ।
ପୂର୍ବରୁ ଘର ସଜାଇବା ପାଇଁ ଆପଣ ରଙ୍ଗିନ୍ କାଗଜ ଏବଂ ରଙ୍ଗୋଲିର ବ୍ୟବହାର କରୁଥିଲେ କିନ୍ତୁ କିଛି ବର୍ଷ ହେଲା ଘର ସଜାଇବା ପାଇଁ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି । ଏହା ଦୀପାବଳୀ ସକାଶେ ତ ଲାଗିଥାଏ କିନ୍ତୁ ଏହାର କିଛି ଦିନ ପରେ ଏହି ପ୍ଲାଷ୍ଟିକ ସଡକରେ ତଥା ଗଳିରେ ଦେଖିବାକୁ ମିଳିଥାଏ । ଏହା ପରିବେଶ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏଭଳି ସାମଗ୍ରୀ ବ୍ୟବହାରରୁ ନିଜକୁ ଦୂରେଇ ରଖନ୍ତୁ।
ବାଣ ପରିବେଶ ପାଇଁ ଆଦୌ ଠିକ୍ ହୋଇ ନଥାଏ। ଏହାକୁ ଏକ ଅଭିଯାନ ଭାବି ପ୍ରଥମେ ନିଜେ ଏହାପରେ ବନ୍ଧୁବାନ୍ଧବ ଏବଂ ଘରଲୋକଙ୍କ ବାଣ ନ ଫୁଟାଇବା ପାଇଁ କୁହନ୍ତୁ । ସେହିପରି ଯଦି ବାଣ ଫୁଟାଇବାକୁ ଆପଣ ଅଧିକ ଭଲ ପାଉଛନ୍ତି ତେବେ ଇକୋ-ଫ୍ରେଣ୍ଡଲି ବାଣ ଫୁଟାନ୍ତୁ । ଏବେ ବଜାରରେ ଇକୋ-ଫ୍ରେଣ୍ଡଲି ବାଣ ମଧ୍ୟ ଉପଲବ୍ଧ ହେଲାଣି। ଏଥିରେ ଧୂଆଁ ଏବଂ ଶବ୍ଦ କମ୍ ଶୁଭାଯାଏ । ଲାଇଟ୍ ବଦଳରେ ମାଟି ଦୀପର ବ୍ୟବହାର କରି ଦୀପାବଳୀ ପାଳନ କରନ୍ତୁ।