(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ଇଟାଭାଟିକୁ ନଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଜଗନ୍ନାଥପ୍ରସାଦ ରାଜସ୍ୱ ବିଭାଗ ବେଆଇନ ଇଟାଭାଟିଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାଡଧାର ନିକଟରେ ଚାଲିଥିବା ଇଟାଭାଟିକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ସେହିପରି ହିଞ୍ଜିଳିରେ ଥିବା ବେଆଇନ ଇଟାଭାଟିଗୁଡିକ ଉପରେ ତହସିଲଦାର ପ୍ରଭାତ ପରିଡା ଚଢାଉ କରି ଏଗୁଡିକୁ ବନ୍ଦ କରିବା ପାଇଁ ନିିର୍ଦ୍ଦେଶ ଦେଇଥିବା ଶୁଣିବାକୁ ମିଳିଛି । ତେବେ ସତ୍ୟାସତ୍ୟ ଜାଣିବା ପାଇଁ ହିଞ୍ଜିଳି ତହସିଲଦାରଙ୍କ ଯୋଗାଯୋଗ ହୋଇପାରିନାହିଁ ।