ପୁଣି ଜବତ ହେଲା ବେଆଇନ କଫ ସିରପ; ୫୭ ଜଣ ଗିରଫ

0

ଭୁବନେଶ୍ୱର: ପୁଣି ଜବତ ହୋଇଛି ବେଆଇନ କଫ ସିରପ । ପ୍ରାୟ ୮ ହଜାର କପ ସିରପ ବୋତଲ ଜବତ କରିବା ସହ ବେଆଇନ କପ ସିରପ କାରବାର ଉପରେ ବରଗଡ଼ ପୁଲିସ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ସହ ୫୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ବରଗଡ଼ ପୁଲିସ । ଛତିଶଗଡ଼ରୁ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ କପ ସିରଫ ସହ ନିଶା ଇଞ୍ଜେକ୍ସନ ଆସୁଥିବା ବେଳେ ବରଗଡ଼ର ବିଭିନ୍ନ ଅଞ୍ଚଳରେ ବିକ୍ରି ହେଉଥିଲା ।
ବରଗଡ଼ ଏସପି ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ନିଶା କାରବାର କରୁଥିବା ବେପାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମରେ ସୀମାନ୍ତ ଅଞ୍ଚଳ ଝାରବନ୍ଧ, ଜଗଦଲପୁର, ପାଇକମାଲ, ବୁଡେନ, ଗାଈସିଲେଟ ପଦ୍ମପୁର ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । ୪୦ ପେଟି କପ ସିରଫ ଜବତ କରାଯାଇଛି ।