ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଅବକାରୀ ବିଭାଗ ଦ୍ୱାରା ୧୦୦୦ ଲିଟର ଦେଶି ମଦ ସହିତ ୮୦୦୦ ଲିଟର ପାଉଚ ସାଲିଆ ସାହିରୁ ଜବତ । ଏଥିରେ ୮ ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଓଡିଶାର ସର୍ବବୃହତ ସାଲିହା ସାହି ବସ୍ତିର ଶିଖର ଚଣ୍ଡି ସ୍ଥାନରୁ ଏହି ବେଆଇନ ମଦ ତିଆରି ହେଉଥିବା ବେଳେ ପୋଲିସ ଅତର୍କିତ ଭାବେ ଚଢାଉ କରିଛି ପୋଲିସ । ଖୋର୍ଦ୍ଦା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ସୁପରିଟେଣ୍ଟ ରାମ ଚନ୍ଦ୍ର ମିଶ୍ରଙ୍କ ସହିତ ଷ୍ଟେଟ୍ ଫ୍ଲାଇଙ୍ଗ ସ୍କୁାର୍ଡ ଏକ ସଂଙ୍ଗରେ ଚଢାଉ କରିଥିଲେ । ଏହି ଚଢାଉ ୧୦୦୦ ଲିଟର ଦେଶୀ ମଦ, ୮୦୦୦ ପାଉଚ, ଗୋଟିଏ ମୋଟର ସାଇକେଲ, ପ୍ଲାଷ୍ଟିକ ଜାର, ଗୋଟିଏ ଡ୍ରମ, ଆଲୁମିନିୟମ ଡେକଚି, ଆଦି ଚଢାଉ ବେଳେ ଜବତ ହୋଇଥିଲା । ଏଥିରେ ଗିରପ ହୋଇଥିବା ବ୍ୟକ୍ତି ମାନେ ଟି ଶୋଭା, ଶାନ୍ତି ହାନସଦା, ପ୍ରଦୀପ ନାୟକ, ଅଜୁ ସିଂ, ବିପିନ ବଗର, ସୁରେନ୍ଦ୍ର ହେମମ୍ବ୍ର, ଲକ୍ଷଣ ମାଝି, ଦୁର୍ଗା ଚନ୍ଦ୍ର ହାନସଦା ଗରିଫ ହୋଇଛନ୍ତି ।