ବେଆଇନ ପୋଷ୍ଟର ଲଗାଇଲେ ଗଣିବେ ଫାଇନ

0

ଭୁବନେଶ୍ୱର: ରାଜଧାନୀରେ ପୋଷ୍ଟର ମାରିଲେ ଗଣିବାକୁ ପଡିବ ଦଣ୍ଡ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଜାରି କରାଯାଇଛି । ଯଦି ରାଜଧାନୀରେ ପୋଷ୍ଟର ଲଗାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ତେବେ ଏ ନେଇ ଏକ ଘରୋଇ ଟିଭି ଚ୍ୟାନେଲ ଏବଂ ଯାତ୍ରା ଦରବାର ଗଣିଛନ୍ତି ଫାଇନ । ରାଜଧନୀରେ ଏଣେତେଣେ ପୋଷ୍ଟର ଲଗାଇବାରୁ ବିଏମସି କୁ ଦେଇଛନ୍ତି ଏହି ଫାଇନ । ବେଆଇନ ଭାବେ ପୋଷ୍ଟର ଲଗାଉଥିବାରୁ ଯାତ୍ରା ବିଶ୍ୱ ଦରବାର କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଏକ ଘରୋଇ ଟିଭି ଚ୍ୟାନେଲକୁ ମଧ୍ୟ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଏନେଇ ବିଏମସି ଟ୍ୱିଟ କରି ସୂଚନା ଦେଇଥିବା ବେଳେ ଆଗକୁ ମଧ୍ୟ ହୋଡିଂ କିମ୍ବା ପୋଷ୍ଟର ଲଗାଇଲେ ଫାଇନ କରାଯିବ ବୋଲି ସୂଚନା ଦିଆଯାଇଛି ।