ବେଆଇନ ବାଲି ଚାଲାଣ : ୬ଟି ଟ୍ରାକ୍ଟରରୁ ୫୮ ହଜାର  ଟଙ୍କା ଜୋରିମାନା ଆଦାୟ

0

ସୁବର୍ଣ୍ଣପୁର : ସୋନପୁର – ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ ଗୋଟି ଟ୍ରାକ୍ଟରରେ ବେଆଇନ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନଵୀନ କିଶୋର ପାଢ଼ୀଙ୍କ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆର ଆଇ ସୁଧୀର ପାଣ୍ଡିଆ, ଏ ଆର ଆଇ ସଞ୍ଜୟ ଭୋଇ, ଅମିନ ମିତ୍ରଭାନୁ ବାଗ ପ୍ରମୁଖ ଚଢ଼ାଉ କରି ବେଆଇନ ବାଲି ଚାଲାଣ ନିମନ୍ତେ  ଟ.୫୮,000/-ଙ୍କା ଜୋରିମାନା ଆଦାୟ କରିଛନ୍ତି l