ଆଇଏମଏଫ ତରଫରୁ ପାକିସ୍ତାନ ପାଇଁ ୧୯ ହଜାର ୫୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି

0

ନୂଆଦିଲ୍ଲୀ-: ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ୍ ପାକିସ୍ତାନର ଆର୍ଥିକ ସୁଧାର କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ସମାପ୍ତ କରିଛି । ଆଇଏମଏଫ ତରଫରୁ ପାକିସ୍ତାନ ପାଇଁ ୧୯ ହଜାର ୫୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇ ତୁରନ୍ତ ୮ ହଜାର ୫୦୦ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି । ଏହାକୁ କଡ଼ା ବିରୋଧ କରିଛି ଭାରତ । ଭାରତୀୟ ଅର୍ଥ ମନ୍ତ୍ରଣାଳୟ ପାକିସ୍ତାନକୁ ବାରମ୍ବାର ଆଇଏମଏଫର ଆର୍ଥିକ ସହାୟତାକୁ ନେଇ ଚିନ୍ତା ପ୍ରକଟ କରିଛି । ଏହାକୁ ନେଇ ଭାରତ ସରକାର ପ୍ରଶ୍ନ ଉଠାଇଛନ୍ତି । ଭାରତ କହିଛି, ପାକିସ୍ତାନ ଋଣ ଟଙ୍କାରେ ସୀମାପାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି । ଏହି କାରଣରୁ ଭାରତ ଆଇଏମଏଫର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନକୁ ଋଣ ଅନୁମୋଦନ ପାଇଁ ହୋଇଥିବା ଭୋଟିଂରୁ ନିଜକୁ ଦୂରେଇ ରଖିଛି ।

ପାକିସ୍ତାନର ଅର୍ଥନୈତିକ ସ୍ଥିତି କାହାକୁ ଅଛପା ନାହିଁ । ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ବିଦେଶୀ ମୁଦ୍ରାଭଣ୍ଡାର ୧୫.୨୫ ବିଲିୟନ ଡଲାର ଥିଲା । ଯାହାକି ଋଣ ପରିଶୋଧ କରିବାକୁ ପର୍ଯ୍ୟାପ୍ତ ନୁହେଁ । ଆଇଏମଏଫ ତରଫରୁ ପାକିସ୍ତାନ ଅର୍ଥନୀତିର ସୁଧାର ପାଇଁ ଏହି ଋଣ ପ୍ରଦାନ କରାଯାଇଛି । ଆଇଏମଏଫ କହିଛି କି, ଏହି ଟଙ୍କାରେ ପାକିସ୍ତାନ ବିଦେଶୀ ମୁଦ୍ରାଭଣ୍ଡାର ମଜବୁତ କରିବ, ଋଣ ପରିଶୋଧ କରିବ, ଓ ଅତ୍ୟାବଶକୀୟ ସାମଗ୍ରୀ କିଣିବା କାମରେ ଲଗାଇବ । କିନ୍ତୁ ଭାରତ କହିଛି କି, ଆତଙ୍କାଦୀଙ୍କ ଦେଶକୁ ଋଣ ଦେବାର ଅର୍ଥ ହେଉଛି ସେ ଏହି ଟଙ୍କାକୁ ସେମାନେ ଆତଙ୍କବାଦ ବୃଦ୍ଧି କରିବା କାମରେ ଲଗାଇବେ । ଏଭଳି ସହାୟତା ବିଶ୍ୱସ୍ତରୀୟ ନିୟମ ଓ ମୂଲ୍ୟକୁ ଅଣଦେଖା କରିବା । ଭାରତ ଆଇଏମଏଫକୁ କହିଛି କି, ପାକିସ୍ତାନକୁ ଦିଆଯାଇଥିବା ଅର୍ଥ ଉପରେ ସମୀକ୍ଷା କରାଯାଉ ଓ ଏହା ନିଶ୍ଚିତ କରାଯାଉ କି, ଏହି ଟଙ୍କା ଭୁଲ ବାଟରେ ପାକିସ୍ତାନ ଖର୍ଚ୍ଚ କରୁଛି କି ?