ରିପୋଟର୍ସ ଟୁଡେ’ର ମହାପ୍ରଭାବ;ଖବର ପ୍ରସାରଣ ହେଲା, ସମସ୍ୟାର ର ସମାଧାନ ହେଲା

0

ରିପୋଟର୍ସ ଟୁଡେରେ ମହା ପ୍ରଭାବ । ଖବର ପ୍ରସାରଣ ହେଲା, ସମସ୍ୟାର ର ସମାଧାନ ହେଲା । ସୂଚନା ଅନୁଶାରେ, ବାଲେଶ୍ଵର ଜିଲ୍ଲା ବସ୍ତା ଓ ଜଳେଶ୍ଵର ଅଞ୍ଚଳରୁ ପ୍ରାୟାଗରାଜ କୁମ୍ଭ ମେଳାରେ ବୁଡ଼ ପକାଇବାକୁ ୭୦ ତୀର୍ଥ ଯାତ୍ରୀ  ଯାଇଥିଲେ ।  ହେଲେ ଅଯୋଧ୍ୟା ଜିଲ୍ଲା  ସୁଲତାନପୁର-ବିକାପୁର ରାସ୍ତାରେ ଟ୍ରାଫିକ ଜାମରେ ୪୦ ଘଣ୍ଟା ରୁ ଉର୍ଦ୍ଧ୍ବ  ହେବ ଭୋକ ଓ ଉପବାସରେ ଅଣନିଃଶ୍ବାସୀ  ହୋଇଥିଲେ  ୭୦ ତୀର୍ଥ ଯାତ୍ରୀ । ଯାହାକୁ ନେଇ ଖବର ପ୍ରସାରଣ କରିଥିଲା ଆମ  ରିପୋଟର୍ସ ଟୁଡେ ।

ଆଉ ଏହି ଖବର ପ୍ରସାରଣ କରିଥିଲେ ଆମ ଜଳେଶ୍ଵର  ପ୍ରତିନିଧି  ଅଜିତ କୁମାର ସାହୁ । ଅଜିତ୍, ଉଭୟ ଜଳେଶ୍ଵର ଓ ବସ୍ତା ତହସିଲଦାର ,ଜିଲ୍ଲା ପରିବହନ ଅଧିକାରୀ,ବାଲେଶ୍ଵର ଜିଲ୍ଲାପାଳ ମୟୂର ବିକାଶ ସୂର୍ଯ୍ୟବଂଶୀଙ୍କ ସମେତ ମୁଖ୍ୟଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟକୁ ଏହି ସମସ୍ୟା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାପରେ ରାଜ୍ୟ ସରକାର ଓ ବିଭଗୀୟ ଅଧିକାରୀ ସମସ୍ୟାକୁ ଗୁରୁତର ସହିତ ଗ୍ରହଣ କରିଥିଲେ । ଏବଂ  ଉତ୍ତର ପ୍ରଦେଶ ସରକାର ଓ ପ୍ରଶାସନ ସହିତ  ଆଲୋଚନା କରି  ଦୁଇ ତିନି ଘଣ୍ଟା ମଧ୍ୟରେ ଟ୍ରାଫିକ ସମସ୍ୟାର ସମାଧାନ କରିଥିଲେ ।