ଢ଼ିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

0

ଭୁବନେଶ୍ୱର: ଢ଼ିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ତୁରନ୍ତ ଢିଙ୍କିଆର ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟ ରାଜ୍ୟର ଗୃହ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ତା ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୭ ତାରିଖରେ ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପାନବରଜ ଭଙ୍ଗା ଘଟଣାକୁ ନେଇ ଢିଙ୍କିଆରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ଏହି ସମୟରେ କିଛି ଲୋକ ପୋଲିସଙ୍କୁ ଖରାପ ବ୍ୟବହାର କରିବା ପରେ ପୋଲିସ ସେମାନଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରିଥିଲା । ଗ୍ରାମବାସୀ ମଧ୍ୟ କିଛି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ହେଲେ ଏହି ମାମଲାରେ ହାଇକୋର୍ଟରେ ଦୁଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ହାଇକୋର୍ଟ ଏହାର ବିଚାର କରୁଛନ୍ତି ।