ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ପାକିସ୍ତାନର ରାଜନୈତିକ ଦଳ ପିଟିଆଇର ନେତା ଇମ୍ରାନ ଖାନଙ୍କୁ ମଙ୍ଗଳବାର ଦିନ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବାପରେ ଗୁରୁବାର ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଘୋଷଣା କରିବା ସହିତ ଏକ ଘଣ୍ଟା ମଧ୍ୟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।