ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରିଛି । ଗିରଫ ହେବାପରେ ଇମ୍ରାନଙ୍କ ସମର୍ଥକମାନେ ଚାରିଆଡ଼େ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ହିଂସା ମଧ୍ୟ ସୃଷ୍ଟି କରୁଛନ୍ତି । ସମର୍ଥକଙ୍କ ଦ୍ୱାରା ଗଭର୍ଣ୍ଣର ହାଉସ ଓ ଆର୍ମି ହେଡକ୍ୱାର୍ଟର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ପାକିସ୍ତାନରେ ସ୍ଥିତି ଅତି ଗମ୍ଭୀର ହୋଇପଡ଼ିଥିବା ବେଳେ ବିକ୍ଷୋଭକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ପରିସ୍ଥିତିରେ ଇମ୍ରାନ ଖାନ ଜେଲ ଭିତରେ ଅତି ହତାଶ ଓ ନିରାଶ ଅବସ୍ଥାରେ ବସିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।