ଟିକାକରଣର ଶୁଭାରମ୍ଭ ନିମନ୍ତେ ପ୍ରସ୍ତୁତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ

0

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ କୋଭିଡ-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ।
ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଚୟନ କରାଯାଇଥିବା ବେଳେ ଏହା ମଧ୍ୟରେ ରହିଛି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ । ପୂର୍ବରୁ କୋଭିଡ-୧୯ ଭାକ୍ସିନ ‘କୋଭାକ୍ସିନ’ ର କ୍ଲିନିକାଲ ଟ୍ରାଏଲ ନିମନ୍ତେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲକୁ ମନୋନୀତ କରାଯାଇଥିଲା ।
ଶନିବାର ସକାଳେ ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲୀ ଉଦଘାଟନ କରିବା ପରେ ସମ ହସ୍ପିଟାଲରେ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯିବ ।
ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କୁ ପ୍ରଥମ ଟିକା ପ୍ରଦାନ କରାଯିବ ଏବଂ ତା’ ପରେ ଦିନସାରା ଟିକାକରଣ ଜାରୀ ରହିବ ।
‘ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ନିମନ୍ତେ ଆମର ପ୍ରସ୍ତୁତି ଶେଷ ହୋଇଛି ଏବଂ ପ୍ରଥମ ଦିନ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ ଟିକା ପ୍ରଦାନ କରାଯିବ’ ବୋଲି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେନଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି ।
ପ୍ରଫେସର ମହାପାତ୍ରଙ୍କ ବ୍ୟତିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଓ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ୫ ଜଣ ଡାକ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ଭର୍ଚୁଆଲ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି । ସମ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡଃ ବାନାମ୍ବର ରାୟ, ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଆଡିସନାଲ ମେଡିକାଲ ସୁପରିଟେଣ୍ଡେନଟ ଡଃ ରାଜେଶ ଲେଙ୍କା, ନ୍ୟୁରୋ ଆଇସିୟୁ ବିଭାଗର ଇନଚାର୍ଜ ଡଃ ଈଶ୍ୱର ବେହେରା, ଇମ୍ୟୁନୋଲୋଜି ଓ ର୍ୟୁମାଟୋଲୋଜି ବିଭାଗର ପ୍ରଫେସର ଡଃ ପ୍ରଦୀପ୍ତ ପାତ୍ର ଏବଂ ସେ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।
ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ୬ଟି ଅସ୍ଥାୟୀ ହଲ୍ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲକୁ ରେଜିଷ୍ଟ୍ରେସନ, ୨ଟିକୁ ଟିକାକରଣ ଏବଂ ୨ଟି ହଲକୁ ଟିକା ଗ୍ରହଣ କରିବା ବ୍ୟକ୍ତି ୩୦ ମିନିଟ ବିଶ୍ରାମ ନେବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ଯଦିଓ କୋ÷ଣସି ପ୍ରକାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ ତେବେ ବି ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।