୩୦ ସେକେଣ୍ଡରେ ରୁମ୍ ର ତାପମାତ୍ରା ହେବ ୧୮ ଡିଗ୍ରୀ ସେଲସିୟସ୍

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : Llyod ଭାରତୀୟ ବଜାରରେ ବିଭିନ୍ନ ପ୍ରଡକ୍ଟସର ନୂଆ ରେଞ୍ଜ ଲଞ୍ଚ କରିଛି । Llyod StunneAir ଏୟାର କଣ୍ଡିସନରକୁ ଲଞ୍ଚ କରାଯାଇଛି । ଯାହା ୬୦ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲେ ବି ମାତ୍ର ୩୦ ସେକେଣ୍ଡରେ ରୁମକୁ ୧୮ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ଥଣ୍ଡା କରିପାରିବ । ଏଥିରେ ଅନେକ ଇଓ ଫିଚର୍ସ ସହ ଏମ୍ପିଏଣ୍ଟ ଲାଇଟିଂ ରହିଛି । ଏସିର ରେଞ୍ଜ, ରେଫ୍ରିଜେରେଟରର ନୂଆ ରେଞ୍ଜ, ମିନି ଏଲଇଡି ଟିଭି ଓ ଓ୍ବାଶିଂ ମେଶିନ ତିନୋଟି ସାମଗ୍ରୀକୁ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଛି । ଭାରତରେ ନିଜର ଏସି ପ୍ରଡକ୍ସନକୁ କମ୍ପାନୀ ବିସ୍ତାର କରିଛି । ଯାହାଫଳରେ ଗ୍ରାହକଙ୍କ ବର୍ଦ୍ଧିତ ଦାବିକୁ ପୂରଣ କରାଯାଇପାରିବ ।
ବ୍ରାଣ୍ଡ ପକ୍ଷରୁ ଷ୍ଟନର ଏୟାର ୬-ଇନ-୧ ଏକ୍ସପେଣ୍ଡେବଲ ଏସି ସହିତ ଷ୍ଟେଲାର, ଷ୍ଟାଇଲସ ଓ ମାଷ୍ଟରପୀସ ସିରିଜ ଅଧିନରେ ଏସି ମଡେଲସକୁ ଲଞ୍ଚ କରାଯାଇଛି । ବ୍ରାଣ୍ଡ ଅନୁସାରେ, ଏସି ଆଡଭାନ୍ସ ଏଆଇ ଫିଚର୍ସ ସହିତ ଆସୁଛି । ଏଥିରେ ହ୍ୟୁମାନ ଡିଟେକ୍ସନ ଫିଚର ଦିଆଯାଇଛି । ଯେଉଁ କାଣରୁ ଏହା ରୁମରେ ମଣିଷକୁ ସପୋର୍ଟ କରିବା ପରେ ହିଁ କୁଲିଂ ଆରମ୍ଭ ହେବ । ଏସି ଡି ଏୟାର ଫ୍ଲୋ ଫିଚର ସହିତ ଆସିଥାଏ । ଏହି ଏସି ୬୦ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ଗରମରେ ସହଜରେ କାମ କରିବା । ଏହି ଏସି କେବଳ ୧୮ ଡିଗ୍ରୀ ସେଲସିୟସରେ କୁଲିଂ କରିପାରିବ । ଷ୍ଟନରଏୟାର ପ୍ଲିଟ ଏସିକ ୭୪,୦୩୨ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ମୂଲ୍ୟ ୧.୫ ଟନ କ୍ଷମତା ଯୁକ୍ତ ୫-ଷ୍ଟାର ଭାରିଆଣ୍ଟର ଅଟେ । ଷ୍ଟେଲାର ସିରଜର ଶୁଭାରମ୍ଭ ୬୬,୦୯୧ ଟଙ୍କା । ସେହିପରି ଷ୍ଟାଇଲସ ସ୍ପିଟ ଏସିର ରେଞ୍ଜ ୪୦,୯୯୦ ଟଙ୍କାରୁ ଆରମ୍ଭ ହଉଛି । ୩ ଷ୍ଟାର ଏସିର ୧ ଟନ କ୍ଷମତା ଥିବା ସାମଗ୍ରୀ ପାଇଁ ଏହି ଦର ରହିଛି ।