ଆନ୍ଧ୍ରପ୍ରଦେଶ: ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀଙ୍କୁ ଲଣ୍ଡା କରି ରାସ୍ତାରେ ଚଲାଇଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶରେ। ନାଜିଆ ନାମକ ଯୁବତୀ ସ୍ଥାନୀୟ ଅଞ୍ଚଳର ହୁସେନକୁ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ହୁସେନ ଅନ୍ୟ ଜଣେ ମହିଳା ଶବାନାଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ସବୁବେଳେ ସନ୍ଦେହ କରୁଥିଲେ। ଶବାନା ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ହୁସେନ ତାଙ୍କ ପାଖକୁ ସବୁବେଳେ ଯା’ଆସ କରନ୍ତି। ତେବେ ନିକଟରେ ନାଜିଆ ତାଙ୍କ ସ୍ୱାମୀଙ୍କୁ ପିଛା କରି ଶବାନାଙ୍କ ଘରେ ପହଞ୍ଚିଥିଲେ। ପରେ ନାଜିଆ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେଇଥିଲେ । ଆଉ ଉଭୟ ହୁସେନ ଓ ଶବାନାଙ୍କୁ ଅର୍ଦ୍ଧ ମୁଣ୍ଡନ କରାଇ ରାସ୍ତାରେ ଚଲାଇଥିଲେ ନାଜିଆ । ଆଉ ଏସବୁ ଭିଓ ସୁଟ୍ କରି ପୋଷ୍ଟ କରିଥିଲେ । ପରେ ଉଭୟଙ୍କୁ ପୁଲିସର ଜିମା ଦେଇଥିଲେ । ଅନ୍ୟପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି।