ପ୍ରଧାନମନ୍ତ୍ରୀ ସିଟ ଫଳକରେ ଇଂରାଜୀରେ ‘ଭାରତ’ ଲୋଖାଯାଇଛି

0

ଇଣ୍ଡିଆ ନୁହେଁ ଚିହ୍ନଟ ହେଲା ଭାରତ । ଜି-୨୦ ମଞ୍ଚରୁ ଭାରତ ବାର୍ତ୍ତା । ପ୍ରଧାନମନ୍ତ୍ରୀ ସମ୍ବୋଧନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ସିଟରେ ବସିଛନ୍ତି ସେଠାରେ ଥିବା ଫଳକରେ ଇଂଗ୍ରାଜୀରେ ଭାରତ ଲେଖାଯାଇଛି । ପୂର୍ବରୁ ବିଭିନ୍ନ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଇଣ୍ଡିଆ ଲେଖାଯାଉଥିଲା । ହେଲେ ପ୍ରଥମ ଥର ପାଇଁ ତାଙ୍କ ଆସନ ଫଳକରେ ଇଂରାଜୀରେ ଇଣ୍ଡିଆ ବଦଳରେ ଭାରତ ଲେଖାଥିବା ଦେଖିବାକୁ ମିଳିଛି । ଭାରତ ନାଁକୁ ନେଇ କିଛି ଦିନ ହେବ ଦେଶରେ ବିତର୍କ ଜାରି ରହିଛି । ଆଜି ରାଷ୍ଟ୍ରପତି ରାତିରେ ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି ।