ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦ୍ୟୁଷିତ ସହର,ହ୍ରାସ ପାଉଛି ଲୋକଙ୍କ ଆୟୁଷ
ରାଜଧାନୀ ଦିଲ୍ଲୀରେ ଲଗାତାର ଭାବେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି ।
(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ ଲଗାତାର ଭାବେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି । ତେବେ ଆପଣ ଜାଣି ଚକିତ ହୋଇଯିବେ ଚିକାଗୋ ୟୁନିଭର୍ସିଟିର ଉର୍ଜା ନୀତି ସଂସ୍ଥାନ(ଏପିଇସି) ଦ୍ବାରା ଜାରୀ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦ୍ୟୁଷିତ ସହର । ଯେଉଁଠାରେ ବାୟୁ ପ୍ରଦ୍ୟୁଷଣ ଲାଗି ପାଖାପାଖି ୧୦ବର୍ଷ କମ୍ ହେଉଛି ଜୀବନ ।
ଅନ୍ୟପଟେ ଯାହାକି ଲକ୍ଷ୍ନୌରେ ୯.୫ବର୍ଷ ଜୀବନ କମ୍ ହେଉଛି । ଏଠାରେ ଏକ ପ୍ରଦ୍ୟୁଷଣ ସୂଚକାଙ୍କ ଅଛି ଯାହା ବାୟୁ ପ୍ରଦ୍ୟୁଷଣର ଜୀବନ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ କହିଥାଏ । ଭାରତରେ ସିଂଧୁ-ଗଙ୍ଗାର ସ୍ଥଳ ଦେଖିଲେ ବିଶ୍ବର ସବୁଠାରୁ ପ୍ରଦ୍ୟୁଷିତ ଅଞ୍ଚଳ ବୋଲି କୁହାଯାଇଛି ।
ସୂଚାନନୁଯାୟୀ, ଯଦି ବର୍ତ୍ତମାନ ପ୍ରଦ୍ୟୁଷଣର ସ୍ତର ଏଭଳି ରୁହେ ତେବେ ପଞ୍ଜାବରୁ ନେଇ ପଶ୍ଚିମବଙ୍ଗାଲ ପର୍ଯ୍ୟନ୍ତ ୫୦କୋଟିରୁ ଅଧିକ ଲୋକଙ୍କ ଜୀବନ ପାଖାପାଖି ୭.୬ବର୍ଷ କମ୍ ହୋଇପାରେ । ଧୂମ୍ରପାନ ଯେଉଁଥିରେ ଜୀବନ ୧.୫ବର୍ଷ କମ୍ ହୋଇଥାଏ ଏବଂ ଖରାପ ଖାଦ୍ୟ ଦ୍ବାରା ୧.୮ବର୍ଷ ବୟସ କମ୍ ହୋଇଥାଏ। ଯାହାର ତୁଳନାରେ ବାୟୁ ପ୍ରଦ୍ୟୁଷଣ ଅଧିକ ଘାତକ ଅଟେ।