ଗଞ୍ଜାମରେ ୨୫ ଜଣ ଲୋକଙ୍କୁ ନେଇ ଦଣ୍ଡଯାତ୍ରା ଅନୁମତି । କଟକଣା ଲଗାଇଲେ ଜିଲ୍ଲାପାଳ

0

ହରପ୍ରସାଦ ବିଷୋୟୀ / ଗଞ୍ଜାମ: ଗଞ୍ଜାମ ଜିଲ୍ଲାପାଳ ଦଣ୍ଡନାଚ ଉପରେ କଟକଣା ଲାଗୁ କରିଛନ୍ତି । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗଦେଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାରେ ବର୍ତ୍ତମାନ ପାଇଁ କୌଣସି ପ୍ରକାର ରାତ୍ରୀକାଳୀନ ସାଂସ୍କୃତିକ କାର୍ୟ୍ୟକ୍ରମ ହୋଇପାରିବ ନାହିିଁ ବୋଲି ନିୟମ ଜାରି ହୋଇଛି ।ତାସହ ତାରା ତାରିଣୀ ପୀଠରେ ଭକ୍ତମାନେ ବର୍ତ୍ତମାନ ମୁଣ୍ଡନ କରିପାରିବେ ନାହିଁ । ଏହାସହ ଜିଲ୍ଲାର ଦୋକାନୀମାନେ କୋଭିଡ୍ ଗାଇଡଲାଇନର ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ନଥିଲେ ଘରେ ରହି ସୁରକ୍ଷିତ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ ସୁରତରେ ଏବେ କୋଭିଡ୍ ସଂକ୍ରମଣ ବେଲଗାମ ହୋଇଛି । ଏପରି ପରିସ୍ଥିତିରେ ଦଣ୍ଡନାଚ ପାଇଁ ସୁରତରୁ ଅନେକ ଓଡିଆ ଗଞ୍ଜାମ ଫେରିଛନ୍ତି । ଯାହାକି ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ବଢାଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ସଂକ୍ରମଣକୁ ରୋକିବାକୁ ଯାଇ ଗଞ୍ଜାମ ଜିଲ୍ଲାପାଳ ଏହି କଟକଣା ଲାଗୁ କରିଛନ୍ତି ।