ମୋହନା/ ତ୍ରିପତି ବିଷୋୟୀରତ୍ନ : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । କଲବଲ କଲାଣି ଜନ ଜୀବନ । ଗଜପତି ଜିଲ୍ଲା ମୋହନା ବ୍ଲକ ର ଅଞ୍ଚଳର ଅନେକ ସ୍ଥାନରେ ଦେଖାଦେଇଛ କାଳବୈଶାଖୀର ତାଣ୍ଡବ ।
ମୋହନା ବ୍ଲକ ଲବାରସିଂ ଗ୍ରାମପଂଚାୟତ ଟାଙ୍କିଲି ପଦର ଗ୍ରାମର କଳାକୃଷ୍ଣ ମହାଙ୍କୁଡ଼ ନାମକ ଏକ ବ୍ୟକ୍ତି ଯାହାର ଝଡ ଏବଂ ପବନରେ ନିଜର ଘର, ଛେଳି ଗୁହାଳ ସମ୍ପୂର୍ଣ ଭାବେ ଭାଙ୍ଗିଯାଇଛି । ଏହା ସହ ସେହି ଗୁହାଳରେ ରହୁଥିବା ବହୁ ଛେଳି ମରିଯାଇଛି ମରିଯାଇଥିବା କୁହାଯାଉଛି । ଏପଟେ ଏନେଇ ପ୍ରଶାସନ ପାଖରେ କୌଣସି ସୂଚନା ନଥିବା ବେଳେ ପ୍ରାଣୀ ଚିକିଶ୍ଚା ବିଭାଗର ପାଖରେ ମଧ୍ୟ କୌଣସୀ ସୂଚନା ନାହିଁ । ଅନେକ ସ୍ଥାନରେ ରାସ୍ତା ମଝିରେ ଗଛ ପଡି ୩୨୬ ନମ୍ବର ଜାତୀୟ ରାଜପଥ କିଛି ସମୟପାଇଁ ଯାତାୟାତ ଠପ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।