ରାଜ୍ୟର ଅନେକ ଜିଲ୍ଲାରେ ୧୦୦ ଟପିଲା ପେଟ୍ରୋଲ ଦର

0

ଭୁବନେଶ୍ୱର (ରିପୋର୍ଟର୍ସ ଟୁଡେ) : ଗତ କିଛି ଦିନ ହେବ ଦେଶରେ ଅନେକ ସ୍ଥାନରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବାର ଲାଗିଛି । ମାତ୍ର ଗୋଟିଏ ଦିନ ବ୍ୟବଧାନରେ ଦେଶରେ ବଢିଚାଲିଛି ପେଟ୍ରୋଲ ଦର । ଦେଶରେ ଜୁନ୍ ୨୯ ତାରିଖରୁ ପେଟ୍ରୋଲ୍ ଲିଟର ପିଛା ୩୧ ଟଙ୍କାରୁ ୩୫ ପଇସା ଓ ଡିଜେଲ୍ ଲିଟର୍ ପିଛା ୨୬ରୁ ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଆଜି ଭୂବନେଶ୍ୱରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ଦର ୩୧ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ରାଜଧାନୀରେ ପେଟ୍ରୋଲ ଲିଟର ୯୯.୬୫ ଟଙ୍କା ଏବଂ ଡିଜେଲ ଲିଟର ୯୭.୨୫ ଟଙ୍କାରେ ପହଞ୍ଚିଛି। ଏହା ଫଳରେ ଉପକୂଳବର୍ତ୍ତି ଜିଲା ଓ ଦକ୍ଷିଣ, ପଶ୍ଚିମ ଜିଲା ଗୁଡିକରେ ପୋଟ୍ରୋଲ ଦର ୧୦୦ ଟଙ୍କା ଛୁଇଁଛି । ନୟାଗଡ ଓ ଉତ୍ତର ଓଡିଶାର ବାଲେଶ୍ୱର ଜିଲାରେ ୧୦୦ ଟଙ୍କା ଛୁଇଁଛି ପେଟ୍ରୋଲ ଦର । କଟକରେ ପେଟ୍ରୋଲ ଲିଟର ୯୯.୯୨ ଟଙ୍କା ଏବଂ ଡିଜେଲ ଲିଟର ୯୭.୫୦ ଟଙ୍କା ହୋଇଛି।