ନବରଙ୍ଗପୁର ଜିଲ୍ଲାରେ ପାଳିତ ହୋଇଯାଇଛି ଭୋଟର୍ସ ତାଲିକା ସଂଶୋଧନ କାର୍ଯ୍ୟକ୍ରମ

0

ନବରଙ୍ଗପୁର / ଟୁକୁନା ଖୁରା: ସାଧାରଣ ନିର୍ବାଚନ ପାଇଁ ନବରଙ୍ଗପୁର ସଦରମହକୁମାରେ ପାଳିତ ହୋଇଯାଇଛି ଭୋଟର୍ସ ତାଲିକା ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଭୋଟର୍ସ ତାଲିକା ସଂଶୋଧନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି କୁହାଯାଉଛି । ତେବେ ଏହି ପଥଉତ୍ସବ କାର୍ଯ୍ୟକ୍ରମ ପାଇଁ ଏକ ମାନବ ଶୃଙ୍ଖଳ ଅନୁଷ୍ଟିତ ହୋଥିଲା । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଭୋଟର ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଭୋଟ ଦାନର ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଏହି ଶିଭାଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ମାନେ ମଧ୍ୟ ଭାଗ ନେଇଥିଲେ ।