ସ୍ଥାନର ନାଁ କିଡନୀ ଭ୍ୟାଲି, ଜାଣନ୍ତୁ ଏପରି ନାମକରଣ ପଛର କାରଣ

0

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯଦି ଗୋଟିଏ କିଡନୀ ଖରାପ ହୋଇଯାଏ, ତେବେ ଜଣେ ବ୍ୟକ୍ତି ଅନ୍ୟଟି ସାହାଯ୍ୟରେ ବଞ୍ଚିପାରିବ, କିନ୍ତୁ ସେ ପୂର୍ବ ପରି ସମ୍ପୂର୍ଣ୍ଣ ସ୍ୱାଭାବିକ ନୁହେଁ। ଉଭୟ କିଡନୀ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ  । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡନୀ ସାହାଯ୍ୟରେ ଜୀବନଯାପନ କରୁଛନ୍ତି।

ନେପାଳରେ ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଦଶନ୍ଧି ଦଶନ୍ଧି ଧରି କେବଳ ଗୋଟିଏ କିଡନୀ ସାହାର୍ଯ୍ୟ ବଞ୍ଚୁଛନ୍ତି । ଏହି ଗାଁ ବହୁତ ଗରିବ, ତେଣୁ ଲୋକମାନେ ଟଙ୍କା ପାଇଁ ସେମାନଙ୍କର କିଡନୀ ବିକ୍ରି କରନ୍ତି । ଏଠାରେ ଲୋକମାନେ ନିଜ ଶରୀରର ଚିନ୍ତା ନକରି ଖୋଲାଖୋଲି ଭାବରେ କିଡନୀ ବିକ୍ରି କରନ୍ତି, ତେଣୁ ଏହାକୁ କିଡନୀ ଭ୍ୟାଲି ବୋଲି କୁହାଯାଏ। ପ୍ରକୃତରେ ଏହି ଗାଁର ନାମ ହୋକସେ। ୨୦୧୫ ମସିହାରେ ନେପାଳରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଏଠାକାର ପରିସ୍ଥିତି ପୂର୍ବ ଠାରୁ ଆହୁରି ଖରାପ ହୋଇଯାଇଥିଲା। ଚାଷ ନଷ୍ଟ ହୋଇଯିବା ସହ ଘର, ଦ୍ୱାର, ଦୋକାନ ଆଦି ସବୁ ଭାଙ୍ଗି ଯାଇଥିଲା  ।

ଭୂମିକମ୍ପରେ ସବୁକିଛି ନଷ୍ଟ ହୋଇଗଲା ପରେ, ଅଙ୍ଗ ଚାଲାଣକାରୀମାନେ ଏଥିରେ ମଧ୍ୟ ନିଜର ଲାଭ ଦେଖିଲେ। ବାହାରୁ ଆସିଥିବା ଲୋକମାନେ ପ୍ରଥମେ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ, କିନ୍ତୁ ପରେ ସେମାନଙ୍କୁ ଶରୀର ଗଠନ ବିଷୟରେ ଭୁଲ ଜ୍ଞାନ ଦେଇଥିଲେ। ସେ ଏଠାକାର ଲୋକମାନଙ୍କୁ ବୁଝାଇଲେ ଯେ ଶରୀରରେ ଦୁଇଟି କିଡନୀ ଅଛି  । ଯଦି ଆମେ ଗୋଟେ କିଡ୍‌ନୀ ବାହାର କରିଦେବା ପରେ ସେ ସ୍ଥାନରେ ଆଉ ଏକ ନୂଆ କିଡନୀ ଉଠିଯିବ। ଗାଁର ନିରୀହ ଲୋକମାନେ ସେମାନଙ୍କ କଥାରେ ପଡିଯାଆନ୍ତି ଏବଂ ଅଳ୍ପ ଟଙ୍କା ଲୋଭରେ ସେହି ଚୋରା ଚାଲାଣକାରୀଙ୍କୁ ସେମାନଙ୍କର ମୂଲ୍ୟବାନ ଅଂଶ ବିକି ଦିଅନ୍ତି।।

ସୂଚନା ଅଭାବରୁ, ଗାଁ ଲୋକେ ଏହାକୁ ସତ୍ୟ ବୋଲି ବିଶ୍ୱାସ କଲେ ଏବଂ ଟଙ୍କା ପାଇଁ ସେମାନଙ୍କର ଗୋଟିଏ କିଡନୀ କାଢ଼ି ଅଙ୍ଗ ଚୋରା ଚାଲାଣକାରୀଙ୍କୁ ଦେଲେ। ଏହା ସେମାନଙ୍କୁ ବଞ୍ଚିବାରେ ସାହାଯ୍ୟ କଲା ଏବଂ ସେମାନେ ଟଙ୍କା ରୋଜଗାର କରିବା ଆରମ୍ଭ କଲେ। ଗୋଟିଏ କିଡ୍‌ନୀକୁ ମାତ୍ର ୨୦୦୦ ଟଙ୍କାରେ ବିକ୍ରି କରିଦିଅନ୍ତି ଏଠାକାର ଲୋକେ । ଆଜି ମଧ୍ୟ, ଏଠାରେ ଅଧିକାଂଶ ଲୋକ ୧୮-୨୦ ବର୍ଷ ବୟସରେ ସେମାନଙ୍କର କିଡନୀ ବିକ୍ରି କରନ୍ତି। ଏବେ ଏହା ଏହି ଗାଁରେ ଏକ ପ୍ରଥା ହୋଇଗଲାଣି ବୋଲି ମନେ ହେଉଛି।