ପୁରୀ/ (ଜୟନ୍ତ କୁମାର ସେଠୀ ) – ଆଶାରେ ନିମାପଡାବାସୀ । ଭାରତ ସରକାରଙ୍କ ପକ୍ଷରୁ ଇନ୍ଧନ ର ସନ୍ଧାନ ରେ OIL INDIA କମ୍ପାନୀ ର ସର୍ଭେ କାମ ଆଗେଇ ଚାଲିଛି । ପୁରୀ ଜିଲ୍ଲା ପାଇଁ ନୂଆ ଆଶା ଦେଖାଇବ କି ଅଏଲ ଏଣ୍ତିଆ ! ବଦଳାଇ ଦେବକି ଲୋକଙ୍କ ଭାଗ୍ୟ ! ପରିବର୍ତ୍ତନ ହେବକି ଜୀବନ ସୈଳୀ . ଏମିତି ଅନେକ ସ୍ବପ୍ନରେ ବୁଡିରହିଛନ୍ତି ପୁରୀ ଜିଲ୍ଲା ର ଅସ୍ତରଙ୍ଗ, କୋଣାର୍କ ଗୋପ , ନିମାପଡ଼ା ବାସୀ । ଗ୍ୟାସ ତଥା ପେଟ୍ରୋଲ, ଡିଜେଲ ସର୍ଭେ କାର୍ୟ୍ୟ ପାଇଁ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଓଡିଶା ବାହାରୁ ତଥା କଲିକତା,ଆନ୍ଧ୍ର ରୁ ଆସିଥିବା ଠିକା ସଂସ୍ଥା ର ଶ୍ରମିକ ମାନେ ଏହି ସର୍ଭେ କାର୍ୟ୍ୟ ରେ ଲିପ୍ତ ଅଛନ୍ତି । ପ୍ରାକୃତିକ ତୈଳ ଓ ଗ୍ୟାସ ର ସନ୍ଧାନ ରେ ଏବେ ଏହି ସଂସ୍ଥା ସ୍ୟାଟେଲାଇଟ ଓ ମ୍ୟାପ ସାହାଯ୍ୟ ରେ ସର୍ଭେ କାର୍ୟ୍ୟ ଆଗେଇ ଚାଲିଥିବା ପରିଲକ୍ଷିତ ହେଉଛି । ପ୍ରଥମେ ୬୦ ମିଟର ବ୍ୟବଧାନ ରେ ୮୦ ରୁ ୧୦୦ ଫୁଟ ର ବୋରୋୱେଲ ଖୋଳା ଯାଉଥିବାବେଳେ ଗୋଟେ କିଲୋମିଟର ବ୍ୟବଧାନ ରେ କେବୁଲ ତାର ମାଟି ତଳେ ବିଛାଯାଉଛି । ଏହାପରେ ଡିଟେକ୍ଟର ଯନ୍ତ୍ରାଂଶ ଦ୍ୱାରା ବୋରୋୱେଲ ଦ୍ୱାରା ମାଟି ତଳେ ଡିନାମାଇଟ ପଠାଯାଇ ଯନ୍ତ୍ରାଂଶ ଦ୍ୱାରା ସଂଯୋଗ କରାଯାଇ ପରେ ବିଦ୍ୟୁତ୍ ଚାର୍ଜ ଦେଇ ଡିନାମାଇଟକୁ ବିସ୍ପୋରଣ କରାଯିବ । ବିସ୍ପୋରଣ ହେଲାପରେ ୧୦୦ ଫୁଟ ର ଉଚ୍ଚକୁ ମାଟି ତଳୁ ପାଣି ଉଠାଯିବ । ବିସ୍ଫୋରଣ ହେବା ସମୟ ରେ ମାଟି ତଳେ ସୃଷ୍ଟି ହେଉଥିବା ଧ୍ୱନି ତରଙ୍ଗ କୁ ଡିଟେକ୍ଟର ଯନ୍ତ୍ରାଂଶ ଦ୍ୱାରା କମ୍ପୁଟରରେ ସଂଯୋଗ କରାଯାଇ ଅଧୀନକୁ ଅଣାଯାଇଛି ।
ସୂଚନାଯୋଗ୍ୟ ଯେ , ୧୯୮୭-୮୮ମସିହାରେ ମଧ୍ୟ କିରୋସିନୀ ପାଇଁ ସର୍ଭେ କରାଯାଇଥିଲା । କିନ୍ତୁ କୌଣସି ଫଳପ୍ରଦ ହୋଇ ନଥିଲା . ତେଣୁ ଏହି କାରଣ ଯୋଗୁ ଅଞ୍ଚଳ ର ଗ୍ରାମବାସି ଏହି ସର୍ଭେ କୁ ସ୍ୱାଗତ କରୁଥିବା ସହିତ ଫଳ ପ୍ରଦ ହେବବୋଲି ଆଶା ରଖିଛନ୍ତି । ଏହି ସର୍ଭେ ଚାଷ ଜମି ରେ ହେଉଥିବାରୁ, ଚାଷ ଜମି ବା ଫସଲ ନଷ୍ଟ ହେଉଥିବା ବେଳେ କମ୍ପାନିଦ୍ବାରା ଯେଉଁ ଧାନଫସଲ ନଷ୍ଟହେଉଛି ତାର ପରିମାଣ କରାଯାଇ ଉପଯୁକ୍ତ କ୍ଷତିପୁରଣ ଦିଆଯାଉଛି।