ଟାପରେଙ୍ଗ ଗାଁ ରେ ମାଓବାଦୀ ପୁଲିସ୍ ଗୁଳି ବିନିମୟ ଘଟଣରେ ଲାଲ୍ ବାହିନୀ ଲଗେଇଲେ ପୋଷ୍ଟର

0

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ମାଣି କେରା ଗ୍ରାମ ପଞ୍ଚାୟତ ର ଟାପରେଙ୍ଗ ଗାଁ ରେ ଗତ ମଇ ମାସ ୯ ତାରିଖ ସକାଳୁ ଘଟିଥିବା ପୁଲିସ୍ ଓ ମାଓବାଦୀ ଙ୍କ ଗୁଳି ବିନିମୟ ଘଟଣା ପରେ ଆଜି ସକାଳୁ ସକାଳୁ ପୁଣି ସେଇ ଗାଁ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ସଂଗଠନ ଏହି ହତ୍ୟା କୁ ଅମାନବୀୟ କହିବା ସହ ପୁଲିସ୍ ର ବର୍ବରତା କୁ ନିନ୍ଦା କରିଛି । କ୍ରୁରତା କୁ ଲୁଚାଇ ଏନକାଉଣ୍ଟର ର ରୂପ ଦେଇ ଖବର ପରିବେଷଣ କରିଥିବା ଗଣ ମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ମାଓ ସଂଗଠନ। ତେବେ ଘଟଣା ର ଠିକ୍ ଦେଢ଼ ମାସ ପରେ ଗତ ରାତି ରେ ଏହି ଗାଁ ର ବିଭିନ୍ନ ସ୍ଥାନ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଉକ୍ତ ଗୁଳି କାଣ୍ଡ ରେ ନିହତ ମାଓବାଦୀ ଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ନିହତ ତିନି ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶ ରହିଥିବା ବେଳେ ସମସ୍ତ ଙ୍କ ମାଓ ସଂଗଠନ ରେ ଭୂମିକା ସମ୍ପର୍କ ରେ ତଥ୍ୟ ଉଲ୍ଲେଖ ରହିଛି। ଲଳିତ ପ୍ରଥମ ପତ୍ନୀ ନମିତା ମୃତ୍ୟୁ ର ଦୁଇ ବର୍ଷ ପରେ ଟାପରେଙ୍ଗା ଗାଁ ରେ ନିହତ ହେବାର ଏକ ସପ୍ତାହ ପୁର୍ବ ରୁ ଦ୍ୱିତୀୟ ବିବାହ କରିଥିବା ଏହି ପୋଷ୍ଟର ରେ ଲେଖା ହୋଇଛି । ଏଥି ସହିତ ଜୁନ ୨୫ ତାରିଖ ବନ୍ଦ୍ କୁ ସଫଳ କରିବା ପାଇଁ ପୋଷ୍ଟର ରେ ଆହ୍ଵାନ କରିଛି ମାଓ ସଂଗଠନ । ତେବେ ଗତ ରାତି ରେ ଉକ୍ତ ଅଞ୍ଚଳରେ ଅଳ୍ପ ବର୍ଷା କାରଣ ରୁ ପୋଷ୍ଟର ର କିଛି ଲେଖା ଲିଭି ଯାଇଥିଲେ ହେଁ ମାଓବାଦୀ ଙ୍କ ପୁଣି ଉପସ୍ଥିତି କୁ ନେଇ ଅଞ୍ଚଳ ବାସୀ ଙ୍କ ମନରେ ପୁଣି ଥରେ ଭୟ ସଂଚାର ହେଇଥିବା ଜଣା ଯାଇଛି।