ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ଅମରାବତୀ ଅଂଚଳରେ ଏକ ଲୋମଟାଙ୍କୁରା ଗଣ ଦୁଷ୍କର୍ମର ତଥ୍ୟ ଲୋକ ଲୋଚନକୁ ଆସିଛି । ଯାହା ଆପଣଙ୍କୁ ମଧ୍ୟ ବ୍ୟତିବ୍ରସ୍ଥ କରିଦେବ । ସୂଚନାନୁଯାୟୀ ଗୋଟିଏ ନାବାଳିକାକୁ ବିଗତ ୮ ମାସ ଧରି ୮୦ ଜଣ ଲୋକ ଦୁଷ୍କର୍ମ କରିଛନ୍ତି । ଏବଂ ଅଭିଯୁକ୍ତ ମାନେ ତାକୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ । ୨୦୨୨ ଏପ୍ରିଲ ୧୯ରେ ନାବାଳିକା ଟିକୁ ପୋଲିସ ଉଦ୍ଧାର କରିଥିବା ବେଳେ ତାର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପୋଲିସର ସୁଚନାନୁଯାୟୀ ୨୦୨୧ ଜୁନ ମାସରେ ପୀଡିତାଙ୍କ ମା କୋଭିଡରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ମୁଖ୍ୟ ଅଭିଯୁକ୍ତ ସୁବର୍ଣ୍ଣ କୁମାରୀଙ୍କ ସହ ପରିଚୟ ହୋଇଥିଲା । କିଛି ଦିନ ପରେ ପୀଡିତା ମା ର ମୃତ୍ୟୁ ହେବା ପରେ ସେ ନାବାଳିକାଟିକୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରି ନିଜ ସାଙ୍ଗରେ ନେଇଯାଇଥିଲା । ଏହା ପରେ ସେ ନାବାଳିକାଟିକୁ ବେଶ୍ୟା ବୃତ୍ତତ୍ତେର ନିଯୁକ୍ତ କରିଥିଲେ ।
ସେହି ବର୍ଷ ଅଗଷ୍ଟ ମାସରେ ନାବାଳିକାର ବାପା ପୋଲିସ ନିକଟରେ ଝିଅ ନିଖୋଜର ଅଭିଯୋଗ କରିଥିଲେ । କିନ୍ତୁ ସେ ପୋଲିସଙ୍କୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିବା କଥା ଜଣାଇ ନଥିଲେ । ପୋଲିସ ତଦନ୍ତ ସମୟରେ ଉକ୍ତ ମହିଳାଙ୍କୁ ଚିହ୍ନଟ କରିବା ସହିତ ଜାନୁଆରୀ ମାସରେ ଗିରଫ କରିଥିଲେ । ଗତ ମଙ୍ଗଳବାର ପୋଲିସ ଜଣେ ବିଟେକ ଛାତ୍ରଙ୍କ ସହ ଅନ୍ୟ ୧୦ ଜଣଙ୍କୁ ଗିରଫ କରିଛି ।ଏହି ମାମଲାରେ କୋଣସି ଅଭିଯୁକ୍ତକୁ ଛଡା ଯିବ ନାହିଁ ବୋଲି ପୋଲିସ କହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ସୂଚନା ଦେଇଛନ୍ତି । ଏହି ମାମଲାରେ ୫୩ ଟି ମୋବାଇଲ ଫୋନ,ଗୋଟିଏ କାର,ତିନୋଟି ଅଟୋ ସହ ତିନୋଟି ବାଇକ ଜବତ କରାଯାଇଛି ।