ବରଗଡରେ ଆମ୍ଭ ହୋଇ ଯାଇଛି କଂସ ମହାରାଜାଙ୍କ ରାଜୁତି

0

ବରଗଡ:ବରଗଡରେ ଆମ୍ଭ ହୋଇ ଯାଇଛି କଂସ ମହାରାଜାଙ୍କ ରାଜୁତି । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଗତ କାଲି ଠାରୁ ଆରମ୍ଭ ହୋଇଯାଇଛି । ଆଜି ବରଗଡ ଧନୁ ଯାତ୍ରାର ୨ୟ ଦିନ । ଏହା ଦିର୍ଘ ୧୧ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥର ବରଗଡରେ ୭ କିଲୋମିଟର ପରିଧି ଭିତରେ ୧୪ ଟି ମଞ୍ଜରେ ଧନୁଯାତ୍ରା ମହୋତ୍ସବ ଆଯୋଜିତ ହେଉଥିବା କୁହାଯାଉଛି । ତେବେ ଗତ କାଲି ଠାରୁ ମଥୁରାଧିପତି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ରାଜ ସିଂହାସନ ଅକ୍ତିଆର କରିଛନ୍ତି । କଂସଙ୍କ ନର୍ଦ୍ଧଶରେ ଉଗ୍ରସେନଙ୍କ ସମସ୍ତ ରାଜକ୍ଷମତା ଉଚ୍ଛେଦ ହେବା ସହିତ ମନ୍ତ୍ରୀ, ପାତ୍ର, ଆମାତ୍ୟଙ୍କୁ ରାଜସେବକରୁ ନିବୃତ୍ତ କରାଯାଇଛି । ତା ସହିତ ଦେବକୀ- ବସୁଦେବଙ୍କୁ ବନ୍ଦୀ କରି କାରାଗାରରେ ରଖାଯାଇଛି । ଆଜି ଦ୍ୱିତୀୟ ଦିନରେ ମଥୁରା ବାସୀଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡିଆଠାରେ ରଙ୍ଗମହଲ ଉଦଘାଟିତ ହେବ ।