ବାଣ ବିସ୍ଫୋରଣ ଘଟଣାରେ ୩ଜଣଙ୍କ ନାଁରେ କୁମ୍ଭାରପଡା ଥାନାରେ ମାମଲା ରୁଜୁ

0

ପୁରୀ : ପୁରୀ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । ଘଟଣାରେ ୩ଜଣଙ୍କ ନାଁରେ କୁମ୍ଭାରପଡା ଥାନାରେ ମାମଲା ରୁଜୁ । ଆଇପିସି ଦଫା ୩୦୪ ଓ ଏକ୍ସପ୍ଲୋସିଭ ଆକ୍ଟରେ ମାମଲା ରୁଜୁ । ମାମଲା ରୁଜୁ ହୋଇଥିବା ବ୍ୟକ୍ତି ମଧ୍ୟ ବାଣ ବିସ୍ଫୋରଣରେ ଗୁରୁତର ହୋଇଥିବାରୁ ଚିକିତ୍ସା ପରେ  ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ସେଇଛନ୍ତି ସିଟି ଡିଏସପି ପ୍ରଶାନ୍ତ ସାହୁ ।

ବିସ୍ଫୋରଣ ଘଟଣାରେ ୩୬ ଜଣ  ଆହତଙ୍କୁ ଏବେ କଟକ, ପୁରୀ  ଓ ଭୁବନେଶ୍ୱର ର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି । ଘରୋଇ ହସ୍ପିଟାଲରେ  ଚିକିତ୍ସିତ ଆହତଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୁହାଯାଉଛି ।  ଗତକାଲି ରାତିରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଚନ୍ଦନ  ଯାତ୍ରାର ଶେଷଦିନରେ ବାଣ ବିସ୍ଫୋରଣ ଘଟିଥିଲା ।  ଏହି ଭୟଙ୍କର ବିସ୍ଫୋରଣ ଘଟଣାରେ ପୁରୀ ଏସପିଙ୍କ ନେତୃତ୍ୱରେ  ତଦନ୍ତ ଆରମ୍ଭ ହୋଇଛି । ଆତସବାଜୀ ପ୍ରଦର୍ଶନ ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ  କୌଣସି ଅନୁମତି ଦେଇ ନଥିବା ଜିଲ୍ଲାପାଳ ଓଏସପି ସୂଚନା ଦେଇଛନ୍ତି ।