ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ନେଇ ଛାତ୍ରଛାତ୍ରୀ ହନ୍ତସନ୍ତ

0

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) : ସାମାନ୍ୟ ଲଘୁଚାପ ଜନିତ ଲଗାଣ  ବର୍ଷା ଯୋଗୁଁ ପରିସ୍ଥିତି ହାଲ ଵେହାଲ  ।  ଖାଲଖମାଲରେ ପାଣି ଭର୍ତ୍ତି ।ଲୋକେ,ଛାତ୍ରଛାତ୍ରୀ ଥିବା ଯିବାଆସିବାରେ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି । ଆଜି ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଗଢ ଗ୍ରାମର ସରକାରୀ ୟୁପି ସ୍କୁଲ୍ ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଭିତର ରାସ୍ତା ପାଣି ପଚ୍ ପଚ୍ ।ସେହିଭଳି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସନ୍ନିକଟ ଇନ୍ଦିରାଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଜଳ ନିଷ୍କାସନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆ ଯାଇ ନ ଥିବାରୁ ପାଣି ଛିଡ଼ା ହୋଇ ରହିଛି । ଯାହା ଫଳରେ କୁନି କୁନି ପିଲାମାନେ ପାଣି ଭିତରେ ବହୁ କଷ୍ଟରେ ଶ୍ରେଣୀ ଗୃହକୁ ଯାଉଛନ୍ତି  । କେତେବେଳେ ଖାଲ ଖମାଲରେ ଶିଶୁ ମାନେ ପଡ଼ିଯିବେ, ଘଟଣl ଅଘଟଣ ଘଟିବ କହି ହେବ ନାହିଁ ।ଏହାକୁ ନେଇ ଅଭିଭାବକ ,ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଚିନ୍ତିତ । ବର୍ଷା ଋତୁ ଆରମ୍ଭ ନ ହେଉଚୁ ଆଜି ଏଭଳି ଅବସ୍ଥା ।ପୁଣି ଆଗକୁ ୪ ଦିନ ଧରି ଲଘୁଚାପ ଜନିତ ବର୍ଷା ଓଡ଼ିଶାକୁ ଛେଚିବ । ତେଣୁ ପ୍ରଶାସନ କୁନି କୁନି ପିଲାଙ୍କୁ କୁତ୍ରିମ ବନ୍ୟା ପାଣିରୁ ସୁରକ୍ଷା ଦେବା ପାଇଁ ଅଭିଭାବକ ମହଲ ଦାବି କରୁଛନ୍ତି ।