ତୁଷାରପାତରେ ତ୍ରିରଙ୍ଗା ଧାରି ଶୁଭେଚ୍ଛା ଜଣାଇଲେ ଯବାନ

0

ନୁଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଅଜି ଦିଲ୍ଲୀର କର୍ତ୍ତବ୍ୟ ପଥରେ ଏନେଇ ଚାଲିଥିଲା ମୁଖ୍ୟ କାର୍ଯ୍ୟକ୍ରମ । ଏହା ସହିତ ଦେଶର କୋଣ ଅନୁକୋଣରୁ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନର ଫଟୋ ସାମ୍ନାକୁ ଆସିଛି । ଏହାରି ଭିତରେ ଭାରତ- ତଦ୍ଦତ ସୀମା ପୋଲିସ ‘ ଏକ୍ସ’ ଜରିଆରେ ଏକ ଭିଡିଓ ସେୟାର କରି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓରେ ଓଞଈଚର ଯବାନ ମାନେ ପ୍ରବଳ ତୁଷାରପାତ ମଧ୍ୟରେ ହାତରେ ତ୍ରୀରଙ୍ଗା ଧରି ସାଲ୍ୟୁଟ ମୁରୁଥିବାର ନଜର ଆସୁଛନ୍ତି । ଏହା ସହିତ ଯବାନ ମାନେ ‘ ଭାରତ ମାତାକୀ ଜୟ’ ସ୍ଲୋଗାନ ମଧ୍ୟ ଦେଉଛନ୍ତି ।