ଖରସ୍ରୋତା ଆନ୍ଦୋଳନ କାହା ସ୍ୱାର୍ଥରେ

0

କେନ୍ଦ୍ରାପଡା(ରିପୋର୍ଟର୍ସ ଟୁଡେ) : ମନେପଡୁଛି ସେଦିନର ନଅଙ୍କ ଦୁର୍ଭିକ୍ଷର ଛାତିଥରା ଦୃଶ୍ୟ । ଜଳ ବିନା ମଣିଷର ଜୀବନ କେତେ ଦୁର୍ବିସହ ହୋଇପଡେ ତାହା ସେ ସମୟରେ ଜଣା ପଡିଥିଲା । ତାହାର ପୁନରାବୃତ୍ତି ଏବେ କେନ୍ଦ୍ରାପଡାରୁ ଆରମ୍ଭ ହୋଇ ସମଗ୍ର ଉପକୂଳ ଓଡିଶାରେ ହେବାକୁ ଯାଉଛି ।
ନବମ ଦିନରେ ପହଞ୍ଚିଛି ଭିତରକନିକା ଖରୋସ୍ରୋତା ଆନ୍ଦୋଳନ । ଆବାଳବୃଦ୍ଧ ବନିତାଙ୍କ ଶିରା ପ୍ରଶିରାରେ ତେଜୁଛି ଆନ୍ଦୋଳନ । ଏ ଆନ୍ଦୋଳନ ନିଜ ଜୀବନ ପାଇଁ । ନିଜର ଜୀବିକା ପାଇଁ । ଶୋଷ ପାଇଁ । ପ୍ରକୃତି ମା’ର ରକ୍ଷା ପାଇଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ ପୁଣି ଥରେ ନଅଙ୍କ ଦୁର୍ଭିକ୍ଷ ଦେଖା ଦେବା ନେଇ ବିକ୍ଷୋଭକାରୀ କହୁଛନ୍ତି ।
ଗୋଟିଏ ପଟେ ଭିତରକନିକା ଇକୋ ସେନସିଟିଭ ଜୋନ ସଦସ୍ୟ ଶ୍ରୀକାନ୍ତ ନାୟକଙ୍କ ଅନଶନ । ଅନ୍ୟପଟେ ଅନଶନ ଭାଙ୍ଗିବାରେ ପ୍ରଶାସନର ଦମନଲୀଳା । ଶ୍ରୀକାନ୍ତ କହିଛନ୍ତି, ଖରସ୍ରୋତା ନଦୀର ପାଣି ଉଠା ଯାଉଥିବା ସ୍ଥାନ ରାଜକନିକା ବ୍ଲକ ବରୁଣାଡିହା ଓ ଜଳ ବିଶୋଧନ କେନ୍ଦ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନୂଆହାଟ ଇକୋ ସେନ୍ସେଟିଭ ଜୋନରେ ଏବେ ଅଛି । ଏଥିପାଇଁ ମନିଟରିଂ କମିଟିର ୨୦୨୦ ଡିସେମ୍ବର ୩ ଓ ୧୫ ତାରିଖରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ପ୍ରକ୍ଳପ ପାଇଁ ଏକ ବିଶେଷଞ୍କ ଦଳର ଅନୁଧ୍ୟାନ ପାଇଁ ଦାବି ହୋଇଥିଲା । ଏହି ଦାବିକୁ ଉପେକ୍ଷା କରାଯାଇ ଦୁଇଟି ବୈଠକର ଗୋଟିଏ ରିଜୋଲିଶନରେ ପ୍ରକ୍ଳପ ପାଇଁ ଅନୁମତି ଦିଆଯାଇଥିବା ଜଣାପଡିଛି । ହେଲେ ଏହି ରିଜୋଲେଶନରେ ସଦସ୍ୟ ମାନଙ୍କ ସହମତି ନଥିବା ବେଳେ କିପରି ଏହି ରିଜୋଲିସନ ପାସ ହେଲା ତାହା ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ ନାୟକ ।
ତେବେ ସରକାର ପାନୀୟ ଜଳ ପ୍ରକଳ୍ପ ପାଇଁ ଏତେ ବ୍ୟଗ୍ର କଣ ପାଇଁ କାହଁକି ବଳ ପୂର୍ବକ ଏହି ପ୍ରକଳ୍ପ କରିବାକୁ ଚେଷ୍ଟା କରୁଛି ।

ନଦୀରେ କେଉଁ ସ୍ଥାନରେ ପ୍ରକଳ୍ପ ହେବ ତାହାର କିଛି ସୂଚନା ନାହିଁ
ରାଜକନିକା ଭାରିଗଦା ଠାରେ କାହିଁକି ପ୍ରକଳ୍ପ କରାଗଲା
ପ୍ରକଳ୍ପର ସୂଚନା ଫଳକ କାହିଁକି ମରାଯାଇ ନାହିଁ
ସରକାରଙ୍କ ପାଖରେ ନାହିଁ ପ୍ରକଳ୍ପର ପ୍ରୋଜେକ୍ଟ ରିପୋର୍ଟ

ଏହି ପ୍ରକଳ୍ପ ପାଇଁ ସରାକାର ଏତେ ବ୍ୟଗ୍ର କଣ ପାଇଁ
ହଜାର ହଜାର ଲୋକଙ୍କର ଜୀବନ ଓ ଜୀବିକା ବାଜି ଲାଗିଥିବା ବେଳେ କାହିଁକି ପ୍ରତାପ ଦେବ ପୁଞ୍ଜିପତି ମାନଙ୍କୁ ଖଟିଖିଆ ଗରିବ ଲୋକଙ୍କର ହକକୁ ପୁଞ୍ଜିପତି ମାନଙ୍କ ହାତକୁ ଟେକି ଦେବା ପାଇଁ ବସିଛନ୍ତି । ପ୍ରଶ୍ନ ଉଠୁଛି ପୁଞ୍ଜିପତି ମାନଙ୍କର ଟଙ୍କା ସେଠାକାର ସ୍ଥାନୀୟ ବିଧାୟକ, ନେତା , ମନ୍ତ୍ରୀ ମାନଙ୍କର ମୁହଁ ବନ୍ଦ କରିଦେଇ ନାହାନ୍ତିତ !
ପ୍ରକଳ୍ପ ହେଲେ କୃଷି ଉଜୁଡିଜିବ, ପାଣି ଅଭାବରେ ମରୁଡି ପାଲଟିବ ଜିଲ୍ଲା । ସାଧାରଣ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ପୁଞ୍ଜିପତି ମାନଙ୍କ ପାଖରେ ବନ୍ଧା ପଢିଛି ।
ସ୍ଥାନୀୟ ଲୋକଙ୍କର କହିବା କଥା ପ୍ରକଳ୍ପ ପାନୀୟ ଜଳ ପାଇଁ ନୁହଁ ଧାମରା ଠାରେ ଆଦାନୀର ସାମୁଦ୍ରିକ ବନ୍ଦର ଓ ଏହାର କମ୍ପାନୀ ମାନଙ୍କୁ ପାଣି ଯୋଗାଇବା ସରକାରଙ୍କ ଲକ୍ଷ୍ୟ ।