ସଭୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ୭୫ ଲକ୍ଷ ଟଙ୍କା

0

ଭୁବନେଶ୍ବର: ଭୁବନେଶ୍ୱରରୁ ଜବତ ହେଲା ୭୫ ଲକ୍ଷ ଟଙ୍କା ନଗଦ ଟଙ୍କା। ନିର୍ବାଚନ ସଭୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ଟଙ୍କା। ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜରୁ ପୁଳା ପୁଳା ଟଙ୍କା ଜବତ ହୋଇଥିବା ସୂଚନା ରହିଛି ।ତେବେ ସେହି ଦୁଇ ଜଣଙ୍କ ଭିତରୁ ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା। କେଉଁଠୁ ଓ କଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ। ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରୁଛି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି।