ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲାରେ ବଢିଲା ଖରା ଛୁଟି

0

ଭୁବନେଶ୍ୱର: ରାଜ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଢିଛି ଖରାଛୁଟିର ଅବଦ୍ଧି । ଜୁନ ୧୯ ପରିବର୍ତ୍ତେ ଜୁନ ୨୧ତାରିଖରେ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଥିବା ବେଳେ ରାଜ୍ୟର ୩ଟି ଜିଲ୍ଲାରେ ଛୁଟିର ଅବଦ୍ଧି ଆଉଗୋଟିଏ ଦନକୁ ବଢାଯାଇଛି । ୨୧ତାରିଖ ପରିବର୍ତ୍ତେ ୨୨ତାରିଖରେ ସମ୍ବଲପୁର, ଝାରସୁଗୁଡା, ଓ ବଲାଙ୍ଗୀର ଜିଲ୍ଲାର ସବୁ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ୩ଟି ଜିଲ୍ଲାର ସବୁ ସ୍କୁଲ ସକାଳୁଆ ଚାଲିବ । ସକାଳ ୬.୩୦ରୁ ଆମ୍ଭ ହୋଇ ୧୦ ପର୍ଯ୍ୟନ୍ତ ଚାଲିବ । ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ାରେ ମଧ୍ୟ ସ୍କୁଲ ଛୁଟିକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି । ନୂଆପଡ଼ାରେ ୨୧ ତାରିଖ ପରିବର୍ତ୍ତେ ୨୩ରେ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ୨୩ ଓ ୨୪ ତାରିଖରେ ସକାଳୁଆ ସ୍କୁଲ ହେବ ଓ ୨୬ ତାରିଖରୁ ନିୟମିତ ସମୟ ଅନୁସାରେ ସ୍କୁଲ ଚାଲିବ ବୋଲି କୁହାଯାଇଛି ।