ଥାନା ଅଧିକାରୀଙ୍କ ବଦଳି କାହା ସ୍ୱାର୍ଥରେ,ଏ ନେଇ ବୁଦ୍ଧିଜୀବି ଗହଣରେ ଚର୍ଚ୍ଚା

0

ବିଷମକଟକ:ରାୟଗଡ଼ା ଜିଲ୍ଲା ବିଷମକଟକରେ ଏକ ବର୍ଷରେ ତିନୋଟି ଥାନା ଅଧିକାରୀଙ୍କ ବଦଳିକୁ ନେଇ ଏବେ ଏକ ଭିନ୍ନ ପ୍ରକାର ଆନ୍ଦୋଳନର ଦାନା ବାନ୍ଦିବାକୁ ବସିଲାଣି। ପ୍ରଥମେ ସୁବାସ ଚନ୍ଦ୍ର କରକରିଆ ୧ ବର୍ଷ ୨ମାସ ଧରି ବିଷମକଟକ ଥାନାରେ କାର୍ୟ୍ୟ କରୁଥିଲେ ତାଙ୍କର ବଦଳି ହୋଇଛି । ସେହିପରି ସୁମତି ମହାନ୍ତିଙ୍କୁ ୬ ମାସ ନ ପୂରୁଣୁ ବଦଳି କରାଯାଇଥିଲା । ଏବେ ତିନି ମାସ ନ ପୂରୁଣୁ ବିଷମକଟକ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ବଦଳି କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବି ମାନେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନଙ୍କୁ ବଦଳି କରାଯାଇଥିବା ବେଳେ ବୁଦ୍ଧିଜୀବି ମହଲ ଠାରୁ ଆରମ୍ଭ କରି ରାଜନୈତିକ,ଯୁବ ବିକାଶ ପରିଷଦ, ନାଗରିକ ମଞ୍ଚ, ଯୁବଗୋଷ୍ଠୀ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ଯଦି ସପ୍ତାହ ମଧ୍ୟରେ ବଦଳି ସ୍ଥଗିତ କରାନଯାଏ ତାହେଲେ ରାୟଗଡ଼ା ଭବାନୀପାଟଣା ମୁଖ୍ୟ ରାଜପଥ ବନ୍ଦକରି ଆନ୍ଦୋଳନ ଜୋରଦାର କରାଯିବ ବୋଲି ନାଗରିକ ମଞ୍ଚର ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବିଷମକଟକ ବ୍ଲକ ଗୋଟିଏ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏହି ଥାନାରେ ଏପରି ଆଦର୍ଶ ଥାନା ଅଧିକାରୀ ନିହାତି ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।