ଯାତ୍ରୀ ପ୍ରତୀକ୍ଷାଳୟ ଉଦଘାଟିତ

0

(ବରଗଡ଼ / ଚିତରଞ୍ଜନ ସାହୁ ): ବରଗଡ଼ ଜିଲ୍ଲା ଝାରବନ୍ଧ ଦୁର୍ଗାମଣ୍ଡପ ସମ୍ମୁଖରେ ଗ୍ରାମପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଯାତ୍ରୀ ପ୍ରତୀକ୍ଷାଳୟକୁ ଆଜି ଉଦଘାଟନ କରାଯାଇଛି । ଝାରବନ୍ଧ ସରପଂଞ୍ଚ ଧମମତୀ ପାଣ୍ଡେ , ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁ , ବ୍ୟବସାୟୀ ସଂଘ ଭସାପତି କୁମାର ଗୌରବ ବେହେରା ପ୍ରମୁଖ ଯାଗଦାନ କରି ପୂଜାର୍ଚ୍ଚନା ପରେ ଫିତାକାଟି ଉଦଘାଟନ କରିଥିଲେ । ଝାରବନ୍ଧର ବସନା ଛତିଶଗଡ଼ ରୋଡ଼ରେ ବସଷ୍ଟପ ନ ଥିବାରୁ ଲୋକଙ୍କ ବସିବା ପାଇଁ ଅସୁବିଧା ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଝାରବନ୍ଧ ସରପଞ୍ଚ ଧନମତୀ ପାଣ୍ଡେ ପଞ୍ଚାୟତ ତରଫରୁ ନିର୍ମାଣ କରି ଲୋକଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହି ରାସ୍ତାରେ ନିୟମିତ ଭାବରେ ବସନା ଛତିଶଗଡ଼ ସରାଇ ପାରି ଏବ ପଦ୍ମପୁରକୁ ରାସ୍ତା ସଂଯୋଗ ହୋଇ ବସ ଚଳାଚଳ ହୋଇଥାଏ । ତେଣୁ ଏହି ବସନ ରାସ୍ତାରେ ଯାତ୍ରୀ ପ୍ରତୀକ୍ଷାଳୟ ହେବା ଦ୍ୱାରା ଲୋକେ ଖରା , ବର୍ଷା ରକ୍ଷା ପାଇବା ପାଇଁଏଠାରେ ଅଟକି ପାରିବେ । ଉଦଘାଟନ କାର୍ଯ୍ୟକ୍ରମରେ ମୀନବାଗ , କୁସୁମ ପ୍ରଧାନ , ଭୁଜ ପ୍ରଧାନ , ଦୁର୍ଗା ପ୍ରସାଦ ଅଗ୍ରୱାଲ , ଭୁବନେଶ୍ୱର ପାଣ୍ଡେ ମିଳନ ପାଣ୍ଡେଙ୍କ ସମେତ ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।