(ରଜନୀକାନ୍ତ ପାତ୍ର / ହିଂଜିଳି କାଟୁ ): ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗର ସହରରେ ଆଜି ମା ମହାମାୟୀ ଯାତ୍ରାର ଶୁଭ ଖୁଣ୍ଟି ସ୍ତାପନ କରାଯାଇଛି । ଏହି ଯାତ୍ରା ପ୍ରତି ଦଶ ବର୍ଷକୁ ଥରେ ପାଳନ ହୋଇ ଆସୁଥିବା ବେଳେ ଆଜି ସକାଳୁ ସକାଳୁ ବୃନ୍ଦାବନଚନ୍ଦ୍ରପୁର ଶାସନ ବଣ ରୁ ଦାରୁ ସଂଗ୍ରହ କରାଯାଇ ନଗର ପରିକ୍ରମା କରାଯାଇଥିଲା । ନଗର ପରିକ୍ରମା ପରେ ସହରର ଦେଶୀ ବେହେରା ସାହି ଠାରେ ଶୁଭ ଖୁଣ୍ଟି ସ୍ତାପନ କରାଯାଇଥିଲା । ବାଦ୍ୟ ଓ ଘଣ୍ଟର ତାଳେ ତାଳେ ନଗର ପରିକ୍ରମା କରାଯାଇଥିବା ବେଳେ ଏହା ଆସନ୍ତା ଏପ୍ରିଲ ୨୯ ତାରିଖ ଦିନ ଯାତ୍ରା ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ଥିବା ଜଣାପଡିଛି ।