(ଅଜିତ କୁମାର ସାହୁ /ଜଳେଶ୍ୱର) -ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ମହାବିଦ୍ୟାଳୟ ରେ ଏନସିସି ୟୁନିଟ ଉଦଘାଟିତ ହୋଇଯାଇଛି। ସୁବର୍ଣ୍ଣରେଖା ମହାବିଦ୍ୟାଳୟ ର ପ୍ରିନ୍ସପାଲ ଡକ୍ଟର- ସନ୍ତୋଷ କୁମାର ଦାସ ଆନୁଷ୍ଠାନିକ ଭାବେ ଏନସିସି ର ପଦାତିକ ଓ ନୋସେନା ବିଭାଗ ଉଦ୍ଘାଟନ କରିଥିଲେ।
ଏହି ସଭାରେ ମୁଖ୍ଯ ଅତିଥି ଭାବେ ସ୍ଥଳସେନାର ସୁବେଦାର ତୋପମ୍ଯାନ ଜ୍ଯାକ୍ , ମୁଖ୍ଯ ବକ୍ତା ଭାବରେ ଏନସିସି ବିଭାଗର ଅଧିକାରୀ ରବିନାରାୟଣ ପଣ୍ଡା, ସମ୍ମାନୀତ ଅତୀଥି ଭାବରେ ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା, ସରୋଜ କୁମାର ଗିରି , ଏନସିସି ଭାରପ୍ରାପ୍ତ ଅଧିକାରୀ ରଂଜନ କବାଟ ପ୍ରମୁଖ ଯୋଗଦେଇ ଏନସିସି ଛାତ୍ରଛାତ୍ରୀ ଏବଂଯୁବ ସମାଜକୁ ଶୃଙ୍ଖଳିତ କରିବା ସହିତ ଦୃଢ଼ତା ଓ ସମର୍ପଣ ଭାବ ପ୍ରତି ମଜବୁତ ସଂକଳ୍ପ ଦେଇ ଥାଏ।
ଯାହା ସେମାନଙ୍କୁ ସୁ ନାଗରିକ ସହିତ ରାଷ୍ଟ୍ର ଗଠନ ଓ ରାଷ୍ଟ୍ର ସୁରକ୍ଷା ଓ ଦେଶାତ୍ମବୋଧ, ଜରୁରୀ କାଳୀନ ପରିସ୍ଥିତି ର ମୁକାବିଲା କରିବା ପାଇଁ ତାଲିମ ପାଇ, ଦେଶ ସେବା ପ୍ରତି ଆକୃଷ୍ଟ କରିଥାଏ। ତେଣୁ ଉଭୟ ପଦାତିକ ଓ ନୌସେନା ବିଭାଗରେ ମୋଟ ୧୫୦ ଯୋଗ୍ୟ ଛାତ୍ରଛାତ୍ରୀ ସାମିଲ ହୋଇ ଏହାର ସୋଯୋଗ ନେବାକୁ ଅତିଥି ମାନେ ମତବ୍ୟକ୍ତ କିରିଥିଲେ।