(ଦୀପକ ମିଶ୍ର) ଉଦଳା: ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନିର୍ମିତ ୨ଟି ସାଧାରଣ ଶୌଚାଳୟ ଆଜି ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଗୋଟିଏ ମେଡିକାଲ ଛକ ନିକଟରେ ୩ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ଓ ଅନ୍ୟଟି ସରସ୍ୱତୀ ମାର୍କେଟ ନିକଟରେ ୫ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଉଦ୍ଘାଟନୀ ସମାରୋହରେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକଙ୍କ ସହିତ ପରିଷଦର ଅନ୍ୟ କର୍ମଚାରୀଙ୍କ ବ୍ୟତୀତ ବିଜେଡି ସହର ସଭାପତି ବନମାଳୀ ବେହେରା, ବିଜେପି ସହର ସଭାପତି ଧୀରେନ୍ଦ୍ର ଖଣ୍ଡେଲୱାଲ, ଉଦଳା ବାଣିଜ ସଂଘର ସଭାପତି ରବିନ୍ଦ୍ର ପରିଡା ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି ।