ଟାଙ୍ଗୀ / ରାକେଶ କୁମାର ଜଗଦେବ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ବିଜେଡି ହେବ ଆହୁରି ସଶକ୍ତ । ଏଥିପାଇଁ ଆଜି ଟାଙ୍ଗୀ ବ୍ଳକ ଛକ ଠାରେ ବିଜେଡି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଅଛି । ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବ ରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଟାଙ୍ଗୀ ବ୍ଳକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ସମାଜ ସେଵୀ ସଚିନ ବଳିୟାର ସିଂ, ଅଶୋକ କୁମାର ମହାପାତ୍ର, ମହେନ୍ଦ୍ର କୁମାର ସାହୁଙ୍କ ସମେତ ଟାଙ୍ଗୀ ବ୍ଲକର ବିଭିନ୍ନ ପଂଚାୟତ ର ନିର୍ବାଚିତ ପ୍ରତିନିଧି ଓ ସଂଗଠକ ମାନେ ଯୋଗ ଦେଇଥିଲେ । ନବୀନ ଙ୍କ ବିକାଶ ରଥକୁ ଆଗେଇ ନେବାପାଇଁ ଆଗାମୀ ସାଧାରଣ ନିର୍ବାଚନ ରେ ବିଜେଡି ର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଙ୍କ ସହ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେବା ପାଇଁ ଉପସ୍ଥିତ ସମସ୍ତ ବିଜୁ ପ୍ରେମୀ ସପଥ ନେଇଥିଲେ । ଆଗାମୀ ଦିନରେ ଟାଙ୍ଗୀ ବ୍ଳକ ବିକାଶର ରୋଲ ମଦେଲ ହେବ ବୋଲି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ସଭାରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ 500 ରୁ ଉର୍ଦୁ ମହିଳା ଓ ଯୁବ କର୍ମୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଚଣ୍ଡେଶ୍ୱର ଦାଶ, ନୀଳକଣ୍ଠ ବେହେରା,ସଂଜୟ କୁମାର ହରିଚନ୍ଦନ, ପ୍ରଦୀପ କୁମାର ମହାପାତ୍ର.,ମାନସ ବଳିୟାର ସିଂ, କଳିଙ୍ଗ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।