ଆଠଗଡ଼ (ଅଶୋକ ମଲ୍ଲିକ) : ଦ୍ୱାଦଶ ଖୁଣ୍ଟୁଣୀ ମହୋତ୍ସବକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇ ଭାଇଚାରାର ବାର୍ତ୍ତା ଦେଇଥିଲେ । ପ୍ରଥମେ ଖୁଣ୍ଟୁଣୀ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଫିତା କାଟି ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ମନ୍ତ୍ରୀ ସ୍ୱାଇଁ ଆସି ସଭାମଞ୍ଚକୁ ଯାଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଆଗରେ ପ୍ରଦୀପ ଜାଳି ମହୋତ୍ସବକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିପିନି ବିହାରୀ ପ୍ରଧାନ ସଭାପତିତ୍ୱ କରିଥବା ବେଳେ ମହୋତ୍ସବ କମିଟିର ସଭାପତି ଦୀପକ ସାହାଣୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ମଳୟ ରଞ୍ଜନ ବସ୍ତିଆ ପରିଚାଳନା କରିଥିଲେ, ପ୍ରଥମ ଦିନ ଭଜନ ସମ୍ରାଟ ଭିକାରୀ ବଳଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଭଜନ ପରିବେଷଣ କରାଯାଇଥିଲା । ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ ସହ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।