ସୁକିନ୍ଦା ମହାବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଉତ୍ସବ

0

ସୁକିନ୍ଦା : ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମହାବିଦ୍ୟାଳୟରେ ସୋମବାର ଦିବା ୧ ଘଟିକା ସମୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ୭୫ ଲକ୍ଷ୍ୟ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ ଦ୍ଵାରା ଉଦ୍ଘାଟିତ କରଯାଇଥିବା ଦେଖିବାକୁ ମିଳିଛି । ଆଜି ଏହି ଉଦ୍ଧେଶ୍ୟରେ ସୁକିନ୍ଦା  ମହାବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ଦକ୍ଷତା ବିକାଶ ମନ୍ତ୍ରୀ ଇ. ପ୍ରିତିରଞ୍ଜନ ଘଡେଇ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଜିଲ୍ଲାପରିଷଦ ପ୍ରତାପ କେଶରୀ ପଟ୍ଟନାୟକ, ସରପଞ୍ଚ ସ୍ବାଧିନ ଦାସ, ବିବେକାନନ୍ଦ ବୋଷ ଯୋଗଦେଇଥିଲେ । ଶିକ୍ଷକ ହିମାଂଶୁ ଶେଖର ଦ୍ବିବେଦୀ ସଭା ପରିଚାଳନା କରିଥିବା ବେଳେ ଶେଷରେ ସୁକିନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ ଜ୍ଞାନରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲ।