କେରଳର ପ୍ରବଳ ବର୍ଷା, ୭ ଜିଲ୍ଲାରେ ଅରେଞ୍ଚ ଆଲର୍ଟ
ଗୋଟିଏ ପଟେ ତାତି କମିବାର ନାଁ ନେଉନଥିବା ବେଳେ କେରଳର ପ୍ରବଳ ବର୍ଷାରେ ବେହାଲ ହେଉଛି ରାଜ୍ୟର କିଛି ଜିଲ୍ଲା। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
(କେରଳ) : ଗୋଟିଏ ପଟେ ତାତି କମିବାର ନାଁ ନେଉନଥିବା ବେଳେ କେରଳର ପ୍ରବଳ ବର୍ଷାରେ ବେହାଲ ହେଉଛି ରାଜ୍ୟର କିଛି ଜିଲ୍ଲା। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲୋକମାନଙ୍କୁ ସମୁଦ୍ର କୂଳକୁ ନଯିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।
ରାଜ୍ୟର ୭ ଟି ଜିଲ୍ଲାରେ ଅରେଞ୍ଚ ଆଲର୍ଟ ଜାରି କରାଯାଇଛି। ଆଇଏମଡି କେରଳର ତ୍ରିଶୁର, ପଲକ୍କଡ଼, ମୁଲପ୍ପୁର, କୋଝିକୋଡ଼, ବାୟନାଡ଼, କନ୍ନୁର ଓ କାସରଗୋଡ଼ ଜିଲ୍ଲାରେ ବୁଧବାର ଅରେଞ୍ଚ ଆଲର୍ଟ ଜାରି କରାଯାଇଛି। ଏହାସହ କନ୍ନୁର ଓ କାସଗୋଡ଼ରେ ଗୁରୁବାର ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସୂଚନାନୁଯାୟୀ , କେରଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଗାମୀ ୫ ଦିନରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିଛନ୍ତି। ଚଳିତ ମାସର ଶେଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାର ସମ୍ଭାବନାକୁ ଦେଖି ରାଜ୍ୟ ସରକାର ଜିଲ୍ଲା ଅଧିକାରୀମାନଙ୍କର ବୈଠକ ଡାକିଥିଲେ।