(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଇଶିଙ୍ଗା ଗାଁର ଘଟିଛି ଅଭାବନୀୟ ଘଟଣା । ଗାଁର କାଳନ୍ଦୀ ସାହୁଙ୍କ ସ୍ତ୍ରୀ ଗାୟତ୍ରୀ ସାହୁ (୩୨ବର୍ଷ) ଆଜି ସନ୍ଧ୍ୟା ବେଳକୁ ଘରେ ଗ୍ୟାସ ରେ ଚା କରୁଥିଲେ । ଏହି ସମୟରେ ତାଜା ଉପରେ ଥିବା କିରୋସିନ ଜାର ରୁ କିରୋସିନ ଢାଳି ଯାଇଥିଲା । ଫଳରେ ଗ୍ୟାସ ନିଆଁ ରେ ଲାଗି ଯାଇଥିଲା । ଯାହାଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରୁ କାମାକ୍ଷାନଗର ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।