କୋଣାର୍କ ଇକୋ-ରିଟ୍ରିଟ ରେ ଅଘଟଣ । ଉଦଘାଟନ ପର୍ବରୁ ଜଳିଗଲା ପ୍ରେସିଡେନ୍ସି ତମ୍ବୁ ଘର , ସଟସର୍କିଟ ଯୋଗୁ ଜଳିଗଲା ପ୍ରସ୍ତୁତ ପ୍ରେସିଡେନ୍ସି ତମ୍ବୁ ଘର । ଏକାଧିକ ତମ୍ବୁ ଘର ଜଳୁଥିବର ଦୃଶ୍ୟ ଭାଇରାଲ ହେଉଥିବା ବେଳେ । ଅଗ୍ନିଶମ ବିଭାଗକୁ ନଜଣାଇ , ଠିକା କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆକୁ ଆୟତ କରିଛନ୍ତି । ଅସୁରକ୍ଷିତ ଇକୋ-ରିଟ୍ରିଟ ଟେଣ୍ଟ ହାଉସ, ନିରାପତ୍ତା ବ୍ୟବସ୍ଥା ଢିଲା ,ତମ୍ବୁ ଘର ନିରାପତ୍ତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ଏଭଳି ବଡ଼ ଘଟଣାକୁ କାହିଁକି ଲୁଚାଇଲା ଠିକା ସଂସ୍ଥା ।
ପୁରୀ କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଇକୋ -ରିଟ୍ରିଟ ପକ୍ଷରୁ ୩ ବର୍ଷର ସଫଳତା ହାସଲ କରିଥିଲା ବେଳେ, ଦେଶ ବିଦେଶ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହୋଇପାରିଛି। ଆସନ୍ତା ଡ଼ିସେମ୍ବର ପ୍ରଥମ ସପ୍ତାହରୁ ପୁରୀ କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି I ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା ବେଳେ ନିରାପତ୍ତା ଅଭାବରୁ ଏକ ଦୁର୍ଘଟଣା ଘଟିଯାଇଛି ।ରାମଚଣ୍ଡୀ ନଦୀ ମୁହାଣ ନିକଟ ସମୁଦ୍ର କୂଳରେ ପ୍ରସ୍ତୁତି ହୋଇ ରହିଥିବା ଏକ ପ୍ରେସିଡେନ୍ସି ତମ୍ବୁ ଗୃହରେ ଅଚାନକ ସର୍ଟ ସର୍କିଟରୁ ତମ୍ବୁରେ ନିଆଁ ଲାଗି ହୁହୁ ହୋଇ ଜଳିବାକୁ ଲାଗିଥିଲା ।
ମାତ୍ର ସେଠାରେ କାର୍ଯ୍ୟ କରୁଥିବା କମ୍ପାନୀର ଅଧିକାରୀ ମାନେ ଏହି ଅଗ୍ନି କାଣ୍ଡକୁ ଲୋକଲୋଚନରୁ ଦୁରେଇ ରଖିବାକୁ ଚେଷ୍ଟା କରି ନିକଟରେ ଥିବା ଅଗ୍ନିଶମ ବିଭାଗକୁ କୌଣସି ଖବର ଦେଇନଥିବା ଜଣାପଡିଛି । ଯଦି ଏହି ବିଗ ବଜେଟରେ ଆୟୋଜିତ କରାଯାଉଥିବା ଇକୋ-ରିଟ୍ରିଟରେ ଏପରି ଢିଲା ନିରାପତ୍ତା ବ୍ୟବସ୍ଥା ରୁହେ ତାହାଲେ ଆଗାମୀ ଦିନରେ ଏହା ବଡ ଦୁର୍ଘଟଣା ଘଟିବା ଆଶଙ୍କା ଦେଖାଦେବ । ଏ ନେଇ ତୁରନ୍ତ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟେଣ୍ଡେର ନେଇ କାର୍ଯ୍ୟ କରୁଥିବା କମ୍ପାନୀ ଅଧିକାରୀଙ୍କୁ ପର୍ଯ୍ୟଟକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଦୃଢ଼ ନିରାପତ୍ତା ବ୍ୟବସ୍ଥା କରିବାକୁ ନିର୍ଦେଶ ଦେବାକୁ ସାଧାରଣରେ ଦାବି ହୋଇଛି।ଅନ୍ୟପଟେ ଅଗ୍ନିଶମ ବାହିନୀ ପାଖରେ କୌଣସି ସୂଚନା ନଥିବା ଗଣମାଧ୍ୟମକୁ ସୂଚନା ମିଳିଛି ।