ଶ୍ରୀମନ୍ଦିର ନୀଳଚକ୍ରରେ ଧ୍ୱଜା ପରିବର୍ତ୍ତନ ବେଳେ ଅଘଟଣା :ଭାଙ୍ଗିଲା ଅକ୍ଷୟ ଦଣ୍ଡ

0

ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ଧ୍ୱଜା ପରିବର୍ତ୍ତନ ବେଳେ ଘଟିଛି ଅଭାବନୀୟ ଘଟଣା। ପତିତପାବନ ବାନା ବନ୍ଧା ଯାଇଥିବା ବାଉଁଶ ଭାଙ୍ଗି ଯାଇଛି। ଫଳରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି । ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନାହିଁ ।

ଏଥିପାଇଁ ବାନା ବାନ୍ଧି ପାରିନାହାନ୍ତି ଚୁନରା ସେବକ । ତେବେ ଅକ୍ଷୟ ଦଣ୍ଡ ଭାଙ୍ଗିଯିବା ଅଶୁଭ ସଙ୍କେତ ଦେଉଛି ବୋଲଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ପ୍ରଶାସନ ତଥା ସେବକମାନେ ଚିନ୍ତାରେ ପଡିଯାଇଛନ୍ତି । କାରଣ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ବାନା ଅପରାହ୍ନରେ ପରିବର୍ତ୍ତନ ହୁଏ ।

କିନ୍ତୁ ଶୁକ୍ରବାର ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଗଲାବେଳେ ହଠାତ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଦଧିନଉତିକୁ ଚଢିଥିବା ଚୁନରା ସେବାୟତ ଶ୍ରୀମନ୍ଦିର ଚୂଡାରେ ବାନା ବାନ୍ଧି ନପାରି ନୀଳଚକ୍ରରେ ସବୁ ବାନା ବାନ୍ଧିଥିଲେ ।